• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବର୍ଦ୍ଧିତ ୧୦ରୁ ୧୫ଗୁଣା ସଂପତିକର ଆଦାୟ ନିଷ୍ପତିକୁ – ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିରୋଧ

Proprietor Abhimanyu Maharana by Proprietor Abhimanyu Maharana
January 8, 2021
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବର୍ଦ୍ଧିତ ୧୦ରୁ ୧୫ଗୁଣା ସଂପତିକର ଆଦାୟ ନିଷ୍ପତିକୁ – ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିରୋଧ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୮ ଜାନୁଆରୀ ଶୁକ୍ରବାର ) ଭୁବନେଶ୍ୱର :- ୨୦୦୩ ମସିହାରେ ଓଡ଼ିଶା ମ୍ୟୁନିସ୍‌ପାଲଟି କର୍ପୋରେସନ ଆକ୍ଟ ଅନୁମୋଦିତ ହୋଇଥିଲା । ଏହି ନିୟମ ଅନୁସାରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ଅଧିବାସୀ ମାନଙ୍କ ଠାରୁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଥିଲା । ସେତେବେଳେ ଭୁବନେଶ୍ୱର ମହାନଗିମ ଅଂଚଳର ଅଧିବାସୀ ମାନଙ୍କ ଠାରୁ କେବଳ ଘର ବା କୋଠାବାଡ଼ିର ନିର୍ମାଣ ଦୌର୍ଘ୍ୟ ପ୍ରସ୍ତ ହିସାବରେ ଆଦାୟ କରାଯାଉଥିଲା । କିନ୍ତୁ କରୋନା ମହାମାରୀ ସମୟରେ ଯେତେବେଳେ ରାଜ୍ୟରେ ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନକୁ ବଂଚାଇବା ପାଇଁ ଘରଭତିରେ ଲୁଚି ରହିଥିଲେ ଠିକ୍ ସେତିିକି ବେଳେ ଅତି ଚତୁରତାର ସହିତ ରାଜ୍ୟ ସକାରଙ୍କର ସାଧାରଣ ପ୍ରଶସାନର ଅଧିକାରୀ ବୃନ୍ଦ, ସହରାଂଚଳ ବିକାଶ ବିଭାଗର ଅଧିକାରୀ ତଥା ଭୁବନେଶ୍ୱର ମହାନିଗମର କମିଶନର ଏକ ଜନବିରୋଧି ନିୟମଟି କଲେ ।

ଏହି ନିୟମ ଦ୍ୱାରା ଭୁବନେଶ୍ୱର ସହରାଂଚଳର ସମସ୍ତ ବସ୍ତି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକରୁ ୧୦ରୁ ୧୫ଗୁଣା ସଂପତି କର ଲାଗୁ କରିଦିଆଗଲା । ଏହି ନିୟମ ଓଡ଼ିଶା ମୁୃ୍ୟନିସପାଲ କର୍ପୋରେସନ ଆଇନ-୨୦୦୩ର ଧାରା୨- ୨୦୫, ଧାରା -୨୦୬, ଧାରା- ୨୧୦, ଧାରା, ୨୧୪ ଏବଂ ଧାରା- ୨୧୫ ଅନୁସାରେ ଗଠନ ହୋଇ ନାହିଁ । ଭୁବନେଶ୍ୱର ମହାନଗର ନିଗମର ଏହି ମେରିରାୟ ବିରୁଦ୍ଧରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ୍ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ସାମ୍ବାଦିକ ମାନଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଶ୍ରୀ କାନୁନଗୋ ଏବଂ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ କୁମାର ରାଉତରାୟ କହିଥିଲେ ଯେ ମହାନଗର ନିଗମ ସମ୍ପତିକର ବର୍ଦ୍ଧିତ କରିବାର ନିଷ୍ପତି ନେବା ପୂର୍ବରୁ ମ୍ୟୁନିସ୍‌ପାଲ ଆଇନ ୨୦୦୩କୁ ଅଣଦେଖା କରି ଏକ ଜନବିରୋଧି ନିଷ୍ପତି ନେଇଛନ୍ତି । ଦୀର୍ଘ ୧୦ମାସରୁ ଅଧିକ ହୋଇଗଲାଣି ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି କରୋନା ମହାମାରୀ ଭୟରେ ଜୀବିକା ହରାଇ ସାରିଛନ୍ତି ।

ଯେତେବେଳେ ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଚଂଳ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ଜୀବନ ଓ ଜୀବିକା ସହିତ ଲଢ଼େଇ କରୁଛି ସେତେବେଳେ ଓଡ଼ିଶା ସରକାରଙ୍କ ଜ୍ଞାତ ସାରରେ ଏଭଳି ଏକ ଜନବିରୋଧି ନିଷ୍ପତି ନିଆଯାଇଛି । ଏହି ନିୟମ ଅନୁସାରେ ଭୁବନେଶ୍ୱର ମହାନଗର ନିଗମର ପ୍ରତ୍ୟେକ ଅଧିବାସୀ ଯେଉଁମାନଙ୍କର ଘର ଏବଂ ଜମି ଅଛି ସେମାନଙ୍କରୁ ୧୦ରୁ ୧୫ଗୁଣା ଅଧିକ ହୋଲିଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ଏବଂ ଆଦାୟ ପାଇଁ ନୋଟିସ ମଧ୍ୟ ଦିଆଯାଉଛି । ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମର ୧୧ କୋଟିରୁ ଅଧିକ ଟଙ୍କା ହୋଲଡିଂ ଟ୍ୟାକ୍ସ ବାକି ପଡ଼ିଥିବା ବେଳେ ତାକୁ ଆଦାୟ କରିବାରେ ନା ଗନ୍ଧ ଧରୁ ନଥିବା ଅଧିକାରୀମାନେ ୧୦ରୁ ୧୫ଗୁଣା ଅଧିକ ହୋଲଡିଂ ଟ୍ୟାକ୍ସ ଆଦାୟ କରିବାର ନିୟମ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଏ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଓଡ଼ିଶା ମ୍ୟୁନିସପାଲ ଆକ୍ଟ ୨୦୧୫ ଅନୁସାରେ ଭୁବନେଶବର ବିଭିନ୍ନ ଅଂଚଳର ଜମିର ମୂଲ୍ୟାୟନ କରିବାପାଇଁ ଏକ କମିଟି ଗଠନ କରିବା କଥା । ଏହି କମିଟିରେ ଚେୟାରମ୍ୟାନ ଜଣେ ବିଚାରବିଭାଗିୟ ଅଧିକାରୀ ରହିବାର ନିୟମ ରହିଛି ଏବଂ ଅନ୍ୟ ୬ଜଣ ଏଥିରେ ମେମ୍ବର ରହିବା କଥା ଶ୍ରୀ କାନୁନଗୋ ରାଜ୍ୟ ସରକାର ତଥା ଭୁବନେଶ୍ୱର ମହାନଗର ନିଗମର କମିଶନରକୁ ସିଧାସଳଖ ପଚାରିଛନ୍ତି କହିବେ କି କିଏ ଏହି ଭେଲୁଏସନ୍ କମିଟିର ଚେୟାରମ୍ୟାନ ଥିଲେ? କେଉଁମାନେ ମେମ୍ବର ଥିଲେ ଏବଂ ଏ କମିଟି କେଉଁ ତାରିଖରେ ଗଠନ କରାଯାଇଥିଲା ଏବଂ ସର୍ବସାଧାରଙ୍କ ଅବଗତି ନିମନ୍ତେ ଏହାର ବିଜ୍ଞାପନ କେବେ ଦିଆଯାଇଥିଲା ।

ଧାରା-୨୦୬ ଅନୁସାରେ ମହାନଗର ନିଗମ ଅଧିବାସୀ ମାନଙ୍କ ଠାରୁ କୌଣସୀ ଅଭିଯୋଗ ମଗାଯାଇଛିକି ଏବଂ କେଉଁ କେଉଁମାନେ ଅଭିଯୋଗ ଦାଖଲ କରିଛନ୍ତି ଭୁବନେଶ୍ୱର ବିଭିନ୍ନ ଅଂଚଳରେ ଏବଂ ଏହି ଶୁଣାଣି ପାଇଁ କେଉମାସ କେଉ ତାରିଖ ଧାର୍ଯ୍ୟ କରାଯାଇଥିଲା ତାହା ପ୍ରକାଶିତ ହୋଇଥିଲା । ଯଦି ଏଭଳି ଅଭିଯୋଗ ଶୁଣାଣି ହୋଇ ନାହିଁ ବା କମିଟି ଗଠନ କରାଯାଇ ନାହିଁ ବା ଭୁବନେଶ୍ୱରରେ ଧାରା ୨୦୧୪ ଅନୁସାରେ ଭୁବନେଶ୍ୱର ବିଭିନ୍ନ ଅଂଚଳରେ ୟୁନିଟି ପ୍ରସ୍ତୁତ ହୋଇନାହିଁ । ତାହେଲେ କିଭଳି ଯୋରଯବରଦସ୍ତ ଏବଂ ଜୁଲମ କରି ଏଭଳି ସମ୍ପତି କର (ପ୍ରପଟି କର) ଆଦାୟ କରାଯାଉଛି । ଏହା ସିଧାସଳଖ ଆଇନ ସମ୍ମତ ନୁହେଁ ଏଭଳି ଏକ ଅଗଣତାନ୍ତ୍ରିକ ନିଷ୍ପତି କ’ଣ ମୁଖ୍ୟମନ୍ତ୍ରୀଙ୍କ ଅଗୋଚରରେ ନିଆଯାଇଛିକି । ଏହି ଅଧିକ କର ଆଦାୟ କେଉଁ ବଡ଼ପଣ୍ଡା ମାନଙ୍କ ହିତ ସାଧନ ଦୃଷ୍ଟିରେ ନିଆଯାଇଛି । ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ୍ ଦାଶ କହିଛନ୍ତି ଏ ବର୍ଦ୍ଧିତ ପ୍ରପଟି ବା ହୋଲଡିଂ ଟ୍ୟାକ୍ସ ଆଇନକୁ ଶୀଘ୍ର ପ୍ରତ୍ୟାହାର କରନ୍ତୁ ଏବଂ ଯେଉଁମାନଙ୍କ ପାଖରୁ ଏହା ଆଦାୟ କରାଯାଇଛି ସେମାନଙ୍କୁ ତୁରନ୍ତ ଫେରସ୍ତ କରାଯାଉ ବା ଯଦି କିଛି ପୂର୍ବ ବକେୟା ଅଛି ସେଥିରେ ଆଜଷ୍ଟଟ କରାଯାଉ ଆସନ୍ତା ଫେବୃଆରୀ ୧୫ ତାରିଖରେ ଯଦି ଭୁବନେଶ୍ୱର ମହାନଗର ନିଗମ ଏହି ଜନବିରୋଧି ନିଷ୍ପତିକୁ ସ୍ଥଗିତ ନରଖନ୍ତି ସାରା ମହାନଗର ନିଗମ ଅଂଚଳରେ ଏକ ଜନଆନ୍ଦୋଳନ ସୃଷ୍ଟି ହେବ ଏବଂ ଭୁବନେଶ୍ୱରକୁ ବନ୍ଦ କରିବା ନିଷ୍ପତି ନିଆଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ, ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ବ୍ଲକ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ଅଶୋକ ଦାସ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version