No Result
View All Result
ଖପ୍ରାଖୋଲ (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଭା ଗୃହ ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଶନିବାର ପାଟଣାଗଡ ଉପ ଜିଲ୍ଲାପାଳ ତଥା ଦେବୋତ୍ତାର କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମେଳା ତଥା ମହୋତ୍ସବ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିବା ବେଳେ ତିନି ଦିନ ବଦଳରେ ମେଳା ପାଞ୍ଚଦିନ ଧରି ଆୟୋଜନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ସେହି ପରି ପାନୀୟ ଜଳ, ବିଦ୍ୟୁତ୍ ଯୋଗାଣ, ଖାଦ୍ୟ ଯୋଗାଣ, ହୋମ ଯଜ୍ଞ, ଭିଡ଼ ନିୟନ୍ତ୍ରଣ, ଉଠା ଦୋକାନ ସ୍ଥାନ ବଣ୍ଟନ, ସ୍ବାସ୍ଥ୍ୟ ସେବା, ପୂଜା ନୀତି,ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା,ଅଭ୍ୟର୍ଥନା କମିଟି, ସ୍ମାରକୀ ପୁସ୍ତକ ଉପରେ ଆଲୋଚନା ହୋଇଥିଲା।
ମହୋତ୍ସବ ଆଗାମୀ ମେ ମାସ ୮ ରୁ ୧୨ ତାରିଖ ଯାଏଁ ହେବାକୁ ଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆଲୋଚନା ହୋଇଥିଲା । ଏହି ଅବସରରେ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ,ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ, ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ପାଟଣାଗଡ ଆସିଷ୍ଟାଣ୍ଟ କଲେକ୍ଟର ପଦ୍ମ ନାଭ ମହାରଣା, ହରିଶଙ୍କର ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର, ପ୍ରଶାନ୍ତ ଦାଶ,ଡାକ୍ତର ଓମ୍ ପ୍ରକାଶ ଯୋଷୀ,
ସୁନିଲ ଗୋଏଲ, ସଦାଶିବ ସରାଫ, ଲକ୍ଷ୍ମୀକାନ୍ତ ମିଶ୍ର,ରୋହିତ ମେହେର, ବିଶ୍ବମ୍ବର ପାଣିଗ୍ରାହୀ ,ବିପ୍ରବିଶି, ଗଜ ନାଗ, ବୈଦ୍ୟନାଥ ମିଶ୍ର, ସିମାଞ୍ଚଲ୍ ପୁରୋହିତ, ସୁମତି ପ୍ରଧାନ , ଦେବରାଜ ପ୍ରଧାନ ପ୍ରମୁଖ ସରପଞ୍ଚ, ସମିତି ସଭ୍ୟ,ଦେବୋତ୍ତର କମିଟି ସଦସ୍ୟ, ସବ କମିଟି ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ପାଟଣା ଗଡ , ବେଲପଡ଼ା ଓ ଖପ୍ରାଖୋଲ ବ୍ଲକ୍ ର ବିଭିନ୍ନ ବିଭାଗ ର ଅଧିକାରୀ ଯୋଗ ଦେଇଥିଲେ। ଶେଷରେ ଦେବୋତ୍ତର କମିଟି ସଦସ୍ୟ ଡ ଅଭୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result