No Result
View All Result
ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ଏନଏନଏସ -ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅର୍ଥ ତୋଷାର ପାତ,ନିୟମ ବହିଭ୍ରୁତ କାର୍ଯ୍ୟ କଳାପ ଓ ଅଧ୍ୟକ୍ଷଙ୍କ ବିରୋଧରେ ମାନସିକ, ଯୌନ ନିର୍ଯାତନା ଭଳି ସାଙ୍ଘାତିକ ଅଭିଯୋଗ ଥାନାରେ ହେବା ପରେ ପରିଚାଳନା କମିଟି ଏହାକୁ ଗୁରୁତ୍ୱର ସହ ନେଇ ଅଧକ୍ଷଙ୍କୁ କାର୍ଯ୍ୟରୁ ବହିସ୍କୃତ କରିଛନ୍ତି l ବିଦ୍ୟାଳୟର ସମ୍ମାନର ସୁରକ୍ଷା ଏବଂ ଏହାର ପ୍ରତିକାର ପାଇଁ ଅlଵ୍ୟଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ପରିଚାଳନା କମିଟି ପକ୍ଷରୁ ସଭାପତି କିରଣ କୁମାର ପାତ୍ର ଓ ସମ୍ପାଦକ ଅରୁଣ କୁମାର ବରାଳ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

ସୂଚନା ଅନୁଯାଇ ବାଲୁଗାଁ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟଟି ସ୍ଥାନୀୟ ଅଞ୍ଚଳରେ ଇଂରାଜୀ ଶିକ୍ଷାର ବିକାଶ, ଆଧୁନିକ ଶିକ୍ଷା ବ୍ୟବସ୍ଥା ସହ ତାଳ ଦେଇ ସ୍ଥାନୀୟ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ଉର୍ନ୍ନତ ମାନର ଶିକ୍ଷା ପାଇଁ ସ୍ଥାନୀୟ କେତେକ ବଦାନ୍ୟ ବ୍ୟକ୍ତିମାନଙ୍କ ସହଯୋଗରେ ବାଲୁଗାଁରେ ୧୯୮୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା l ବିଗତ ୪୨ ବର୍ଷ ଧରି ବିଦ୍ୟାଳୟଟି ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ଉଚ୍ଚ ମାନର ଶିକ୍ଷା ଦେଇଥିବା ସହ ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉତୀର୍ଣ୍ଣ ହୋଇ ବହୁ ଉଚ୍ଚ ପଦସ୍ଥ ପଦପଦବୀରେ ରହି ଆସିଛନ୍ତି l ବର୍ତମାନ ଉକ୍ତ ବିଦ୍ୟାଳୟରେ ଏଲ କେ ଜି ଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ଥିବାବେଳେ ୯୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି, ୩୫ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ୩୦ ଜଣ ଅଣ ଶିକ୍ଷକ କର୍ମଚାରୀ ଅଛନ୍ତି l
ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ ‘ବିଗତ ପ୍ରାୟ ଏକ ବର୍ଷ ଧରି ବିଦ୍ୟାଳୟର ଅଧ୍ୟ୍ୟକ୍ଷ ଏବଂ କେତେକ କର୍ମଚାରୀଙ୍କ ଆଶାଳୀନ ବ୍ୟବହାର, ଅର୍ଥ ତୋଷାର ପାତ, ନିୟମ ବହିର୍ଭୁତ କାର୍ଯ୍ୟକଳାପ ସାଧାରଣରେ ଅନୁଷ୍ଠାନକୁ ନିନ୍ଦିତ କରିବା ସହ ବିଦ୍ୟାଳୟର ଅପପ୍ରଚାର ହେବା, ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଅଛି l ବିଦ୍ୟାଳୟର ପରିଚାଳନା କମିଟି ସୁବ୍ୟବସ୍ଥିତ l ସଭାପତି, ସମ୍ପାଦକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଓ ଅଣ ଶିକ୍ଷକଙ୍କ ପ୍ରତିନିଧିକୁ ନେଇ ପରିଚାଳନା କମିଟି ଗଠିତ ହୋଇଅଛି l

ଗତ ଅଢେଇ ବର୍ଷ ପୂର୍ବେ ପରିଚାଳନା କମିଟିରେ ବିଭ୍ରାଟକୁ ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଅଭିଭାବକ ଓ ବିଦ୍ୟାଳୟର କର୍ମଚାରୀଙ୍କ ଉପସ୍ଥିତିରେ ସର୍ବସନମ୍ମତି କ୍ରମେ ଏହି ପରିଚାଳନା କମିଟି ଗଠନ କରାଯାଇଥିଲା l ଏହି ପରିଚାଳନା କମିଟି ଉକ୍ତ ଦିନ ଠାରୁ ବିଦ୍ୟାଳୟଟି ସୁପରିଚାଳିତ ହୋଇ ଆସୁଅଛି l କିନ୍ତୁ ବାଇ -ଲ ଅନୁଯାୟୀ ଅଧ୍ୟ୍ୟକ୍ଷ ହେଉଛନ୍ତି ଶିକ୍ଷା ପରିଚାଳନା ବିଭାଗର (ଏକାଡେ଼ମିକ )ମୁଖ୍ୟ ହୋଇଥିବା ବେଳେ ବିଦ୍ୟାଳୟ ପରିଚାଳନାରେ ତାଙ୍କର କୌଣସି କତୃତ୍ୱ ନଥିବା କମିଟି ପକ୍ଷରୁ କୁହାଯାଇଛି l
ବିଗତ କମିଟି କାର୍ଯ୍ୟକ୍ଷମ ଥିବାବେଳେ ଅଧ୍ୟ୍ୟକ୍ଷ ନୀଳାଦ୍ରି ଭୂଷଣ ବେହେରା ନିଜର କ୍ଷମତା ବଳରେ ବିଦ୍ୟାଳୟର ବ୍ୟାପକ ଅର୍ଥ ତୋଷାରପାତ କରିଥିବା ନେଇ ଅଡିଟ ରୁ ଜାଣିବାକୁ ପାଇଥିଲେ ଯେ ଅଧ୍ୟ୍ୟକ୍ଷ ଶ୍ରୀ ବେହେରା ବିଦ୍ୟାଳୟର ୬, ୨୦, ୬୩୨ ଟଙ୍କା , ୨୦୨୨-୨୩ରେ ବିଦ୍ୟାଳୟରେ ପାଠ୍ୟ ପୁସ୍ତକ ବିକ୍ରୟ କରି ୧, ୧୩, ୬୦୭ ଟଙ୍କାକୁ ବିଦ୍ୟାଳୟର ବ୍ୟାଙ୍କର ଜମା ଖାତାରେ ଜମା ନ କରି ନିଜ ପାଖରେ ରଖିଛନ୍ତି l ଉକ୍ତ ଟଙ୍କାକୁ ବିଦ୍ୟାଳୟର ଜମା ଖାତାରେ ଜମା କରିବା ପାଇଁ ପରିଚାଳନା କମିଟି ପକ୍ଷରୁ ଅଧ୍ୟକଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ଅଧ୍ୟ୍ୟକ୍ଷ ଏଥିପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ୍ୟ ଅଦ୍ୟାବଧି ଟଙ୍କା ଜମା କରିନାହାନ୍ତି l

ଅନ୍ୟ ପକ୍ଷରେ ପରିଚାଳନା କମିଟିର ଅଗୋଚରରେ ଚଞ୍ଚକତା କରି ବିନା ରସିଦରେ ବିଦ୍ୟାଳୟ ପାଣ୍ଠିରୁ ଲକ୍ଷlଧିକ ଟଙ୍କା ବିଭିନ୍ନ ସଂସ୍ଥାଜୁ ସ୍ଥାନାନ୍ତରିତ କରିଥିବା ବେଳେ ବିଭିନ୍ନ ସମୟରେ ଛାତ୍ର ଛାତ୍ରୀଙ୍କ ଠାରୁ ସଂଗୃହୀତ ବିଦ୍ୟାଳୟ ଦେୟ ବ୍ୟାଙ୍କରେ ଜମା କରିବା ପରିବର୍ତ୍ତେ ଅଧ୍ୟ୍ୟକ୍ଷ ଶ୍ରୀ ବେହେରା ନିଜ ପାଖରେ ଅନଧିକାର ଭାବେ ରଖିଛନ୍ତି l ଶ୍ରୀ ବେହେରାଙ୍କ ବିରୋଧରେ ଫେବୁଆରୀ ୬ ତାରିଖରେ ବାଲୁଗାଁ ଥାନାରେ ମାନସିକ, ଯୌନ ନିର୍ଯାତନା ଉଦ୍ୟମ ଭଳି ସଂlଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଶିକ୍ଷୟତ୍ରୀ l ଏ ନେଇ ବାଲୁଗାଁ ପୋଲିସ କେସ ନଂ -୩୫/୨୫ ରେ ମାମଲା ରୁଜୁ କରି ତଦନ୍ତ ଚାଲିଛି l
ପରିଚାଳନା କମିଟି ତରଫରୁ ବାରମ୍ବାର ତାଗିଦ କରାଯିବା ପରେ ବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପରିଚାଳନା କମିଟିର ଅଜ୍ଞlତରେ ମିଥ୍ୟା ସୂଚନା ଆଧାରରେ ଅନଧିକାର ଭାବେ କୌଣସି କାର୍ଯ୍ୟ ସୂଚୀ (ଏଜେଣ୍ଟା ) ନ ଥାଇ ବିଦ୍ୟାଳୟର କିଛି ଅଭିଭାବକଙ୍କୁ କମିଟି ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରଦାନ କରି ନିଜ ବିପକ୍ଷରେ ହେଉଥିବା ତଦନ୍ତକୁ ବାଟବଣା କରିବା ପାଇଁ ନୂତନ ପରିଚାଳନା କମିଟି ଗଠନ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି l ସର୍ବ ସମ୍ମତିକ୍ରମେ ମନୋନୀତ ପରିଚାଳନା କମିଟିର ବୈଧତା ଆହୁରି ୩ ମାସ ରହି ଥିବା ବେଳେ ପରିଚାଳନା କମିଟି ପ୍ରତ୍ୟାହାର କରିବା ସହ ପରିଚାଳନା କମିଟି ଗଠନ ନ କରି ବେଆଇନ ଭାବେ ନୂତନ କର୍ମକତା ମନୋନୟନ କରାଯାଇଥିବା ଭ୍ରମାନ୍ତକ ତଥ୍ୟ ପ୍ରଚାର କରୁଛନ୍ତି l

ଅଧ୍ୟ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବହୁ ଅଭିଭାବକ ପରିଚାଳନା କମିଟିରେ ଅଭିଯୋଗ କରିବା ସହ କାର୍ଯ୍ୟନୁଷ୍ଟାନ ପାଇଁ ଦାବୀ କରିଛନ୍ତି l ପରିଚାଳନା କମିଟି ତରଫରୁ ବାରମ୍ବାର କାରଣ ଦର୍ଶାଅ ନୋଟିସ,ବିଦ୍ୟାଳୟ ଶାନ୍ତି କମିଟି ପାଖରେ ହାଜର ପାଇଁ ନୋଟିସ ଦିଆଯାଇଥିଲା ବେଳେ ଏହାକୁ ପ୍ରତ୍ୟାଖାନ କରିଥିଲେ l ଏହାକୁ ଭିତ୍ତି କରି ଅଭିଯୋଗର ତଦନ୍ତ ସାରିବା ଯାଏଁ କମିଟି ପକ୍ଷରୁ ଶ୍ରୀ ବେହେରାଙ୍କୁ ନିଲମ୍ବନ କରିବା ସହ ଉପାଧ୍ୟକ୍ଷ ଶ୍ରୀ ମନୋରଞ୍ଜନ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା l
ତଥାପି ଶ୍ରୀ ବେହେରା ଏହାକୁ ଆମlନ୍ୟ କରି ବିଦ୍ୟାଳୟର ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରିଥିଲେ l ଫଳରେ ବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟିକୁ ଆଶଙ୍କା କରି ବାଧ୍ୟ ହୋଇ ଶ୍ରୀ ବେହେରାଙ୍କୁ କାର୍ଯ୍ୟରୁ ବହିସ୍କୃତ କରି ବିଇଓ, ଚିଲିକା ଙ୍କୁ ଲିଖିତ ଭାବେ ଜଣାଯାଇଛି ବୋଲି ପରିଚାଳନା କମିଟିର ସଭାପତି କିରଣ କୁମାର ପାତ୍ର ଓ ସମ୍ପାଦକ ଅରୁଣ କୁମାର ବରାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଅଭିଭାବକ ମାନେ ପରିଚାଳନା କମିଟିର ଉକ୍ତ ପଦକ୍ଷେପକୁ ସ୍ୱାଗତ କରିବା ସହ ଅଧ୍ୟକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରିଛନ୍ତି l
No Result
View All Result