ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) :-  ବେଗୁନିଆ ବ୍ଲକ ହୀରାପୁର ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟବନ୍ଧ ଗ୍ରାମର ଏକ ବିଲରେ ଥିବା ମଈ ଗଛରେ ବିବାହିତ ପ୍ରେମୀ ଯୁଗଳ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିବାର ଗୁରୁବାର ଦିନ ପୂର୍ବାହ୍ନରେ ଦେଖିବାକୁ ମିଳିଛି । ଏହା ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନାଁ କେହି ତାଙ୍କୁ ହତ୍ୟା କରି ସେଠାରେ ଆଣି ଲଟକାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଜଙ୍କିଆ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରାଙ୍କ ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ଗ୍ରାମର ନାରାୟଣ ବେହେରାଙ୍କ ପୁଅ ଅଜୟ କୁମାର ପ୍ରଧାନ(୪୫) ଓ ଗୋପୀନାଥପୁର ସାହିର ଶାନ୍ତିଲତା ମହାପାତ୍ର(୪୨) ଦୀର୍ଘ ୧୫ ବର୍ଷ ତଳେ ଭଲ ପାଇ ବିବାହ କରିଥିବା ବେଳେ କୌଣସି କାରଣ ଯୋଗୁଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା ।

ପରେ ପୁଣି ଦୁଇ ଜଣଯାକ ଅନ୍ୟତ୍ର ବିବାହ କରି ଅଜୟ ସୁନାଖଳା ପେଟ୍ରୋଲ ଟାଙ୍କି ନିକଟରେ ଏକ ଗ୍ୟାରେଜ ଓ ଶାନ୍ତିଲତା କୁମାରୀ ଛକରେ ଏକ ବିୟୁଟି ପାର୍ଲର କରି ନିଜ ଜୀବିକା ନିର୍ବାହ କରୁଥିଲେ । ପୁନଶ୍ଚ ଶାନ୍ତିଲତା ତାଙ୍କର ସ୍ୱାମୀଙ୍କୁ ଛାଡି ବାପ ଘରେ ରହିବା ପରେ ଦୁହିଁଙ୍କ ମଧ୍ୟରେ ମିଳାମିଶା ଆରମ୍ଭ କରିଥିଲେ। ତେବେ ଉଭୟ ପରିବାର ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବାରୁ ବୁଧବାର ଦିନ ସନ୍ଧ୍ୟାରେ ସମାଧାନ ହେବା ପାଇଁ ସମୟ ଧାର୍ଯ୍ୟ ହୋଇଥିବାରୁ ଦୁଇଜଣ ଯାକ ଏକ ସ୍କୁଟିରେ ଯାଇ ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇ ପାରନ୍ତି ଅନୁମାନ କରାଯାଉଛି।

ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଯଦି ଉଭୟ ଆତ୍ମହତ୍ୟା କରିଛନ୍ତି ତାହେଲେ ପାଦ ଭୂଇଁ ଉପରେ ରହି ଥିବାରୁ ତାହା ହତ୍ୟା କରି କେହି ଓହଳାଇ ଦେଇ ଥିବାର ସନ୍ଦେହ ପ୍ରକାଶ ପାଇଛି । ଏଥିରେ ଜଙ୍କିଆ ଥାନା ପୁଲିସ ସାଇଣ୍ଟିଫିକ ଦଳ ସହ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଉଭୟ ପରିବାରଙ୍କ ଅଭିଯୋଗ ପାଇ ପୁଲିସ ଦୁଇଟି କେସ ରୁଜୁ କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।