୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ବିଜେଡି ପକ୍ଷରୁ ବିକ୍ଷୋଭ । ଚାଉଳ କୁ ନେଇ ରାଜନୀତି ଦିନକୁ ଦିନ ତେଜିବାରେ ଲାଗିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଉଳ ବଣ୍ଟନ କୁ ନେଇ ପରସ୍ପର ସହିତ ବୟାନ ବାଜି, କାଦୁଅ ଫୋପଡା ଚାଲିଛି । ଉଭୟ ସରକାର ଭଲ ଭାବରେ ଅବଗତ ଅଛନ୍ତି କି ଚାଉଳ କୁ ନେଇ ହିଁ ଭୋଟ୍ । ସେଥିପାଇଁ କେହିବି ସୁଯୋଗ ହାତଛଡା କରୁନାହାନ୍ତି । ଗୁରୁବାର ବିଜେଡି ପକ୍ଷରୁ ମୋହନା ବ୍ଲକ୍ ଓ ରାଜ ରାସ୍ତା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କୋଭିଡ ସମୟରେ କେନ୍ଦ୍ର ସରକାର ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ମୁଣ୍ଡପିଛା ୧୦ କେଜି ଚାଉଳ ଦେଉଥିଲା ବେଳେ ବର୍ତ୍ତମାନ ୫ କେଜି ଚାଉଳ ମାଗଣାରେ ଦେଉଛନ୍ତି । ୫କେଜି କାହିଁକି କଟାଯାଇ ଗରୀବ ଙ୍କୁ ଶୋଷଣ କରାଯାଉଛି ବୋଲି ବିଜେଡି ଅଭିଯୋଗ କରି ସାରା ରାଜ୍ୟରେ ଆନ୍ଦୋଳନ କରୁଛି । ଆଜିର କାର୍ଯ୍ୟକ୍ରମ ରେ ମୋହନା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ନେତୃତ୍ୟରେ ଶତାଧିକ ନେତା ଓ କର୍ମୀ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦସହ ବିକ୍ଷୋଭ କରିଥିଲେ । ବିଜେଡି ନେତା ଭାସ୍କର ସାହୁ, ବିଳାସ ନାୟକ, ପ୍ରକାଶ ନାୟକଙ୍କ ସମେତ ଅନେକ ଦଳୀୟ ନେତା, କର୍ମୀ ଓ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।ଏହାର ପ୍ରଭାବ ନିଶ୍ଚୟ କେନ୍ଦ୍ର ସରକାର ଉପରେ ପଡିବ ବୋଲି କହିଛନ୍ତି ସ୍ଥାନୀୟ ନେତାମାନେ ।