No Result
View All Result

କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ତୁରେକେଲା ବ୍ଳକ ଅନ୍ତର୍ଗତ ହିଆଁଲ କ୍ଳଷ୍ଟରର ଶିଶୁ ମହୋତ୍ସବ ସୁରଭି ପିଏମଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଅନକା ପରିସରରେ ଅନୁଷ୍ଠିତ ହୋଇଥିଲା।ହିଆଁଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନୀ ସଭାରେ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର କୁଅଁର ସଭାପତି,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ରଣା ମୁଖ୍ୟ ଅତିଥି,ବରିଷ୍ଠ ଶିକ୍ଷୟିତ୍ରୀ ଅନୀତା ତ୍ରିପାଠୀ, ହିଆଁଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଭରାସଗ୍ରିଆ, ସିଆରଜି କୃଷ୍ଣଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ମା ସରସ୍ବତୀଙ୍କ ଫଟୋଚିତ୍ରରେ ପୁଷ୍ପ,ଧୂପଦୀପ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।

କ୍ଳଷ୍ଟରର ଷୋହଳଗୋଟି ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ଗୀତ,ଚିତ୍ରକଳା, ଶିଳ୍ପକଳା,ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଶିକ୍ଷକ ଅମରକାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲେ। ସଭାପତି ପ୍ରତାପ ଚନ୍ଦ୍ର କୁଅଁରଙ୍କ ସଭାପତିତ୍ୱରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ଡ.ନାରାୟଣ ମିଶ୍ର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ସୂର୍ଯ୍ୟକାନ୍ତ ରଣା, ବୈଜୟନ୍ତି ପାଢ଼ୀ, ଅନୀତା ତ୍ରିପାଠୀ, ବିଜୟ ତାଣ୍ଡୀ ଯୋଗ ଦେଇଥିଲେ।ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗଣପତି ବେହେରା, ତୁଷାରକାନ୍ତ ବଡଜେନା,

କିଶୋର ବରିହା ବିଚାରପତି ଭାବରେ ବିଚାରକରି ଫଳାଫଳ ଘୋଷଣା କରିଥିଲେ।ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ସ୍ମୃତିଫଳକ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମହାପାତ୍ର,ମମତା ପଣ୍ଡା, ମମତା ପୁରୋହିତ, ଦିପ୍ତିବାଳା ବେହେରା, ଶ୍ୱେତା ବାଗ,ମାନସୀ ସାହୁ,ସୁଜାତା ଶବର,ତପସ୍ୱୀନି ମାଝୀ,ବାସନ୍ତୀ ରଣା,ସୁଜାତା ସେଠୀ,ସସ୍ମିତା ସେଠ, ସୁମିତ୍ରା ମାଝୀ,ଶୁରେଶ ବେହେରା, ସରୋଜ ବରିହା,ଚୁଡାମଣି ବେହେରା, ସୁଶାନ୍ତ ରାଉତ,ପିଙ୍କୁ ନାଗ,ଡୋଳାମଣି ସାହୁ, ପାର୍ଥସାରଥୀ ରାଉତ,ସୁଶାନ୍ତ ମାଝୀ,ଅପୁ ଭୋଇ,ସଚୀନ ସେଠ, ସୌରଭ ବେହେରା, ଅବିନାଶ ମହାଲିଙ୍ଗ, ସୌମ୍ୟରଞ୍ଜନ ସାହୁ,ଶାନ୍ତନୁ ବେଉରା,ମୃତ୍ୟୁଞ୍ଜୟ ପ୍ରଧାନ,ସତ୍ୟନାରାୟଣ ଧରୁଆ,ଖଗେଶ୍ୱର ଦଣ୍ଡସେନା ସହଯୋଗ କରିଥିଲେ ।

No Result
View All Result