କନ୍ଧମାଳ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- କନ୍ଧମାଳର ନିଶିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ ଡ ମୃସିଂହାନନ୍ଦ ମହାପାତ୍ରଙ୍କ “ଭାରତୀୟ ତନ୍ତ୍ରଶାସ୍ତ୍ର ଓ ବୈଦିକ କର୍ମକାଣ୍ଡ ଏକ ଦିଗଦର୍ଶନ ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି | ଦୈନିକ ଖବରକାଗଜ ଉତ୍କଳ ମେଲର 38 ତମ ବାର୍ଷିକ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା |

ସମ୍ପାଦକ ଓ ପ୍ରକାଶକ ପୀତବାସ ମିଶ୍ର ଙ୍କ ସଂଯୋଜନା ରେ ଅନ୍ୟାନ୍ୟ ଅତିଥିଙ୍କ ଗହଣରେ ବିଶିଷ୍ଟ ଅତିଥି ପୂର୍ବତନ ସାଂସଦ ତଥା ସୁକବି ଡ ପ୍ରସନ୍ନ ପାଟଶାଣୀ ଡ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ କରିଥିଲେ | ଅନୁଷ୍ଠାନ ତରଫରୁମୁଖ୍ୟ ଅତିଥିଙ୍କ ଦ୍ୱାରା ମଧ୍ୟ ତାଙ୍କୁ ଉତ୍କଳ ସମ୍ମାନରେ ସମ୍ମାନିତ କରାଯାଇଥିଲା |
















