୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୫୩ ରେ ବରିଷ୍ଟ ନାଗରିକ ମାନଙ୍କ ପାଇଁ ଏକ ବହୁମୁଖି ସହରାଞ୍ଚଳ କେନ୍ଦ୍ର , ୱାର୍ଡ ଅଫିସ କୁ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିବା ସହ ମା ବୈଷ୍ଣବୀ ମହିଳା ମହାସଂଘର ବାର୍ଷିକ କ୍ରୀଡା ଉତ୍ସବକୁ ଶ୍ରୀ ପଣ୍ଡା ଉଦଘାଟନ କରିଥିଲେ।
ସେହିପରି ଅପରାହ୍ନ ରେ ୱାର୍ଡ ନଂ ୫୭ ରେ ବଡଗଡ ଶ୍ମସାନ ର ଉନ୍ନତିକରଣ ଏବଂ ବଡଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଉନ୍ନତିକରଣ ସହିତ ବାର୍ଷିକ ଉତ୍ସବ କୁ ମଧ୍ୟ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର ମହାମାୟା ସ୍ୱାଇଁ, ସନ୍ତୋଷ ସିଂ,ଅଜିତ ବେହେରା,ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।














