୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମଙ୍ଗଳବାର ଦିନ ଗଜପତି ଜିଲ୍ଲା ମୋହନା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ପାଇଁ ଆନ୍ତର୍ନିବେଶୀ ଶିକ୍ଷା ଉପରେ ଆଧାରିତ ଶିବିର କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦେବଦାସ ତାମରାପୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୁନା ପାତ୍ର, ବରିଷ୍ଠ ଶିକ୍ଷକ ଶଙ୍କର ପଣ୍ଡା ଓ ମୋହନା କ୍ଲଷ୍ଟର crcc ସିଦ୍ଧାର୍ଥ ପାତ୍ର ଉପସ୍ଥିତି ଥିଲେ l
ଆଜିର ଏହି ଶିବିର ରେ 35ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଏହି ଶିବିର 3ଦିନ ବ୍ୟାପି ଚାଲିବ l ସାଧନ କର୍ମୀ ଭାବେ ଜୟ ସେଠି, ସୁମନ୍ତ ପ୍ରଧାନ, ଇତିଶ୍ରୀ ମହାପାତ୍ର ଓ ଗୌରହରି ପୋଲାଈ ତାଲିମ କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ l Brt ଶ୍ରୀ ପ୍ରକାଶ ସାହୁ ଓ ସୁମନ୍ତ ପ୍ରଧାନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

© 2023 Odisha Taza News.