ଚିକିତ୍ସାଧୀନ ଅବସ୍ଥାରେ ମହିଶୀଟିର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଗାଇ ଗୋରୁ ପାଳନ କରୁଥିବା ଲୋକମାନେ ନିଜ ନିଜର ଗାଇ ଗୋରୁ ଆଦିଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଏହି ସମୟରେ ସେହି ବନ୍ଧ ହିଡରେ ଆଉ ଗୋଟିଏ ଗାଈ ଓ ଗୋଟିଏ ବଳଦର ଶବ ମିଳିଥିଲା ଓ ପୁଣି ଦୁଇ ଗାଈ ଓ ଗୋଟିଏ ବାଛୁରୀ ଗୁରୁତର ଅବସ୍ଥାରେ ପଡ଼ିରହିଥିବା ବେଳେ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ଆରମ୍ଭ କରାଯାଇ ଥିଲା ଓ ବହୁ ସମୟ ଚିକିତ୍ସା ପରେ ଦୁଇ ଗାଈ ଓ ବାଚୁରୀଙ୍କୁ ବିପଦ ମୁକ୍ତ କରଯାଇଥିଲା।
ପଶୁ ମାନଙ୍କ ଚିକିତ୍ସା ସମୟରେ ଗ୍ରାମର ବଜରଙ୍ଗ ଦଳର ବହୁ ଯୁବକ ମାନେ ସହଯୋଗ କରିଥିଲେ।ଘଟଣା ସ୍ଥଳରେ ମୃତ ପଶମାନଙ୍କର ବ୍ୟବଚ୍ଛେଦ କରାଯାଇ ଥିଲା। ଏନେଇ ପଶୁ ପାଳକ ମାନେ ରାୟଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର 16/23 ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। 

© 2023 Odisha Taza News.