No Result
View All Result
୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଗଜପତି ଜିଲ୍ଲା :- ନୂଆଗଡ଼ ବ୍ଲକ ପରିମଲ ଗ୍ରାମ ପଞ୍ଚାୟତରେ ଏକ ସାମାଜିକ ସମୀକ୍ଷାର ଗ୍ରାମ ସଭା ବୈଠକ ଅନୁଷ୍ଠିତ ହୋଇଛି । ଏହି ଗ୍ରାମ ସଭାର ସଭାପତ୍ବିତ ଭାବେ ଶ୍ରୀମତି କେଲନି ଗମାଙ୍ଗ ପରିଚାଳନା କରିଥିଲେ ।ତଥ୍ ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗୃହ ନିମନ୍ତେ ଆଲୋଚନା କରାଯାଥିଲା । ଯେଉଁମାନେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ୨୦୧୬-୨୦୧୭ ମସିହା ରେ ପାଇଁଛନ୍ତି, ଏମିତି କେତେକ ଗ୍ରାମର ଲୋକମାନେ ସରକାରଙ୍କ ସହାୟତା ପାଇବା ପରେ ଏପର୍ଯ୍ୟନ୍ତ ଅସଂପୂର୍ଣ୍ଣ ଭାବେ ରହିଛି । ଘର ନ କରିବାର କାରଣ କଣ: ଯଦିବା ଘର ଅସଂପୂର୍ଣ୍ଣ ରହିଛି , ତେବେ କେଉଁ ବାବଦରେ ଟଙ୍କା ବ୍ୟୟ କରାଗଲା । ଏହି ଉଦ୍ଦେଶ୍ୟ ନେଇ କିଛି ସମୟ ପାଇଁ ତର୍ଜମା ଆଲୋଚନା କରାଯାଇଛି । ଗ୍ରାମ ପଞ୍ଚାୟତର ଯେତେକ କାର୍ଯ୍ୟ ଯଥା: ଏମ୍,ଜି,ଏନ୍,ଆର୍,ଇ,ଜି,ଏ, ପଥର ବନ୍ଦା ,ବନ୍ଦ ଖୋଳା, ଜମିସମତଳ ଇତ୍ଯାଦି । କାର୍ଯ୍ୟ କରି ନିଜ ପରିବାର ବର୍ଗଙ୍କୁ ପେଟ ମେଣ୍ଟଉଥିଲେ । ଏମ୍,ଜି,ଏନ୍, ଆର୍,ଇ,ଜି,ଏ, ର କାମ ଯାଇକି ପେଟ ମେଣ୍ଟଉଥିବାବେଳେ ,ଆଜି ଲୋକମାନଙ୍କ ଭୋକିଲା ଦେଖା ଦେଉଛି । ପ୍ରଶାସନ ଏହାର ତଭ୍ବବଧାନ ଅଣଦେଖା ହୋଇଥିବା ବେଳେ ବ୍ଲକ୍ ର ଜେଇ ବିଲ୍ ପତ୍ର ବିଳମ୍ବ କରୁଛନ୍ତି । ଏମ୍,ଜି,ଏନ୍,ଆର୍,ଇ,ଜି,ଏ, କାମର ପଇସା ପତ୍ର ବା ବିଲ୍ ପତ୍ର ବିଳମ୍ବ କରୁଥିବା ଯୋଗୁଁ ଶ୍ରମିକ ମାନେ ଆଜିର ଗ୍ରାମ ସଭା ବୈଠକରେ ଲୋକେ ଅଭିଯୋଗ କରିଥିଲେ । ପରିମଲ ଗ୍ରାମର ସରପଞ୍ଚ ଉମା ଶଙ୍କର କାର୍ଯ୍ୟୀ ନାଏବ ସରପଞ୍ଚ ପ୍ରେମିକା ରଇତ ଗ୍ରାମ ରୋଜଗାର ସେବକ ରୋସନ୍ ରଇତ ସମିତି ସଭ୍ୟା ସବିତା ରଇତ ଏବଂ ନୂଆଗଡ଼ ବ୍ଲକ୍ ର ଭି,ଆର,ପି,କେଲନି ଗମାଙ୍ଗ , ଲିଲମା ସିଂ ଏବଂ ଗ୍ରାମ ପଞ୍ଚାୟତ ର ପ୍ରତ୍ୟେକ ବୁଦ୍ଧିଜିବି ମାନେ ଉପସ୍ଥିତ ଥିଲେ ।
No Result
View All Result