୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଆଜି ଓଡ଼ିଶା ଜିବିକା ମିଶନ, ମିଶନ ଶକ୍ତି ବିଭାଗ ତରଫରୁ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ନେଇ ତାଙ୍କ ବ୍ୟବସାୟ ର ଉନ୍ନତି କରଣ ଓ ଯୋଜନା ସମ୍ଵନ୍ଧୀୟ ତାଲିମ୍ ପ୍ରଦାନ କରାଯାଈଥିଲା। ଏହି ତାଲିମ୍ ଶିବିର କୁ BTC ସୁନୀଲ କୁମାର ସାହୁ ପରିଚାଳନା କରିଥିଲେ।। ଏହି କାର୍ଯ୍ୟକ୍ରମରେ ZP, ଓଡିଶା ଜୀବିକା ମିଶନର ଭାରପ୍ରାପ୍ତ ଅଧିକାରୀ ରଜନୀକାନ୍ତ ପଣ୍ଡା, BTC ବିନୟ କୁମାର ପ୍ରଧାନ,
MBK, OSF ର ସଭାନେତ୍ରୀ ଓ ସମ୍ପାଦିକା ଉପସ୍ଥିତ ଥିଲେ। ଏହି ଶିବିରରେ ୨୨ ଜଣ ଉଦ୍ୟୋଗୀ ଙ୍କୁ ସମୁଦାୟ ୯ ଲକ୍ଷ ଟଙ୍କା ରୁଣ ପ୍ରଦାନ କରା ଯାଇଥିଲା ଓ ପୂର୍ବରୁ ଯେଉଁ ଉଦ୍ୟୋଗୀ ମାନେ ରୁଣ ନେଇ ନିଜର ବ୍ୟବସାୟ ବଢେଇ ପାରିଛନ୍ତି ସେମାନେ ନିଜର ଅନୁଭୂତି ପ୍ରକାଶ କରିବା ସହ ଓଡ଼ିଶା ଜିବିକା ମିଶନ କୁ ଧନ୍ୟବାଦ ଅର୍ପଣ କରିଥିଲେ ।














