୪ ଫେବୃଆରୀ,ଶନିବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ଗଜପତି ଜିଲ୍ଲା ମୋହନା ଥାନା ଅଧୁରଆମ୍ବ ଗାଁ ନିକଟରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଏକ ବାଇକ ଖସିପଡିବାରୁ ଶାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଭିଣୋଇ ଗୁରୁତ୍ବର ଆହତ ହୋଇଛନ୍ତି । ମୃତକ ହେଲେ ଶିକୁଳିପଦର ପଞ୍ଚାୟତ ପଦ୍ମପୁର ଗ୍ରାମର ଟିନୁ ନାୟକ । ଗୁରୁତ୍ବର ଆହତ ହେଲେ ଗଞ୍ଜମ ଜିଲ୍ଲା ବଳରାମପୁର ଗ୍ରାମର କାଳୁଚରଣ ଦଳାଇ । ମୋହନା ପୋଲିସ ପହଞ୍ଚି ତଦନ୍ତ କରୁଛି ।
ପଦ୍ମପୁର ଗାଁରେ ଟିଟୁର ସମ୍ପର୍କୀୟ ଭାଇର ଦ୍ବାଦଶାହ କାର୍ଯ୍ୟ ସାରି ଶାଳକ ଟିଟୁ ଏବଂ ଭିଣୋଇ କାଳୁ ବାଇକ୍ ଯୋଗେ ଲୁହାଗୁଡି ଯାଇଥିଲେ । ଅପରାହ୍ନ ପ୍ରାୟ ସାଢେ ୫ ଟାରେ ଫେରିବା ବେଳେ ମଧୁଆମ୍ବ ନିକଟରେ ଗାଡଓ୍ବାଲକୁ ଧକ୍କା ହୋଇ ପ୍ରାୟ ୧୫ ଫୁଟ ତଳକୁ ଖସି ପଡିଥିଲେ । ଉଭୟଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଥିଲା ।
ସେଠାରେ ଡାକ୍ତର ଟିଟୁଙ୍କୁ ମୃତ ଘୋଷଣା କରିଥିଲେ । କାଳୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମୋହନା ପୋଲିସ ଶବ ଜବତ କରିବା ସହ ତଦନ୍ତ ଜାରିରଖିଥିବା ଥାନା ଏସଆଇ କୃଷ୍ଣଚନ୍ଦ୍ର ମଲ୍ଲିକ କହିଛନ୍ତି ।














