୪ ଫେବୃଆରୀ,ଶନିବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ର ରେ ଲୋକ ଙ୍କ ସମସ୍ୟା ସମାଧାନ କରି ବଡ ବଡ କୋଠା ଓ ରାସ୍ତା ନିର୍ମାଣ କରୁଛନ୍ତି I ଏଭଳିକି ଅଧିକ ଟଙ୍କା ଖର୍ଚ୍ଚ ର କାମ ରେ ଟେଣ୍ଡର କରାଯାଉଛି କାରଣ ରାଜସ୍ୱ କୁ ଟିକସ ଯିବ ହେଲେ ଏଠି ଠିକା ଦାର ଙ୍କ ଧମକ ରେ ବିଭାଗୀୟ ଯନ୍ତ୍ରୀ ଚୁପ୍ ଏଭଳି ଦୃଶ୍ୟ ଦେଖିବାକୁ ମିଳୀଛି I ଗଜପତି ଜିଲ୍ଲା ଆର,ଉଦୟଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ ଚାଲିଛି । ନିକଟରେ ଏହି ବିଭାଗର ଦ୍ବାରା ଅନ୍ତରାଳି ରାସ୍ତା ୩୦ ଲକ୍ଷ ଟଙ୍କା, ଘୋଡାକଣ ରାସ୍ତା, ଆର,ଉଦୟଗିରି ତହସିଲି କର୍ମଚାରୀ ରହିବା ର କୋଠା ନିର୍ମାଣ ଚାଲିଛି ତାହା ମଧ୍ୟ ଟେଣ୍ଡର କାମ ଏବଂ ବିନା ଫଳକ ରେ ନିମ୍ନମାନର କାମ ବିଭାଗ ଅଧିକାରି କିଭଳି ସରକାରି ନିୟମ କୁ ଆଡେଇ ନିଜ ଇଚ୍ଛାରେ ସଲାସୁତୁରା କାମ ଗୁଡିକ ଠିକାଦାର ଓ ଯନ୍ତ୍ରୀ ମଧ୍ୟରେ ସଲା ସୂତ୍ର ରହିଛି I
ଏହି ବିଷୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ବେହେରାଙ୍କୁ ପଚାବାରୁ ସେ କହିଛନ୍ତି ଆମ ବିଭାଗରେ କୌଣସି କାମରେ କାର୍ଯ୍ର୍ୟ ଫଳକ ଲଗାଇବା ନିୟମ ନାହିଁ । ଯାହା ତଥ୍ୟ ଦରକାର ମୋହନା ଡିବିଜନ୍ ଅଫିସକୁ ଯାଇ ତଥ୍ୟ ଆଣି ପାରିବେ କିମ୍ବା ସୁଚନାଆଇନି ଅଧିକାର ମାଗିଲେ ଦିଆଯିବ ବୋଲି କହିଥିଲେ । ସେପଟେ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଛନ୍ତି କାରଣ ନିର୍ମାଣ କାମ ଗୁଡିକରେ ଫଳକ ଲଗାଯାଇ ଲୋକଙ୍କୁ ଅନ୍ଧାର ନରଖାଯାଇଁ ସମସ୍ତ କାମ ଫଳ ସଣ୍ଣୁନ ତଥ୍ୟ ଲେଖାଯିବାକୁ ଦାବି ହେଉଛି ।

© 2023 Odisha Taza News.