ସେହି ସମ୍ପର୍କରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ମହାପାତ୍ର ନିଜ କର୍ମଚାରୀ ଙ୍କୁ ନେଇ ମୋହନା ବନ ବିଭାଗ ଅଧିନରେ ଥିବା ନାରିଙ୍ଗି ସଂଗ୍ରଖିତ ଜଙ୍ଗଲ ମଧ୍ୟରେ ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିଥିଲେ।
ଏହି ତାଲିମ ପ୍ରଦାନ ସମୟରେ ମୋହନା ବନ ବିଭାଗ ଅଧିକାରୀ ସୁଶ୍ରୀ କଳ୍ପନା ନାୟକ ଙ୍କ ସମେତ ଫରେଷ୍ଟର ଦେବାଶିଷ ଶତପଥି,ଗଙ୍ଗାଧର ଭୂୟାଁ, ଲକ୍ଷ୍ମୀ ପାତ୍ର, ପ୍ରଶାନ୍ତ ବେହେରା, ରମାକାନ୍ତ ରଇତ,ବର୍ଷାରାଣୀ ପଟ୍ଟନାୟକ ଙ୍କ ସମେତ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ପ୍ରମୁଖ ତାଲିମ ନେଇଥିଲେ।
ଏହି ଅଂଚଳରେ ବିଶେଷ କରି ଫେବୃଆରୀ ଠାରୁ ଜୁନ ମାସ ମଧ୍ୟରେ ଗାଁ ଗାଁ ରେଥିବା ଜଙ୍ଗଲ ଗୁଡିକରେ ନିଆଁ ଲାଗୁଥିବା ନଜିର ରହିଛି ତେଣୁ ସେହି ନିଆଁ କୁ ଆୟତ କରିବା ନିମନ୍ତେ ବର୍ତ୍ତମାନ ଠାରୁ ବିଭାଗ ପକ୍ଷରୁ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ।

© 2023 Odisha Taza News.