No Result
View All Result
୨ଫେବୃଆରୀ ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ଗଜପତି ଜିଲ୍ଲାର ଆର,ଉଦୟଗିରି କଲ୍ୟାଣମଣ୍ଡପ ଓ ମୋହନା ବ୍ଳକ କାର୍ଯ୍ୟାଳୟ ଠାରେ ସ୍ବାସ୍ଥ୍ୟମନ୍ତୀ ନବକିଶୋର ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଭା ବିଜେଡି ତରଫରୁ ଅନୁଷ୍ଠିତ ହୋଇଥିଲା । ଆର,ଉଦୟଗିରି ସ୍ମୃତି ସଭାରେ ଡ. ତିରୁପତି ପାଣିଗ୍ରାହୀ, ସ୍ବତତ୍ତ୍ବ ଆଦିବାସୀ ଉନ୍ନୟନ ଉପାଧ୍ୟକ୍ଷ ଧନେଶ୍ବର ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟା ଯମୁନା ଦଳବେହେରା , ରାଜେନ୍ଦ୍ର ପ୍ରସାଦ ରଣସିଂହ, ଜେମସ୍ ରାଇକା,
ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ସ୍ବତନ୍ତ ଉନ୍ନୟନ ପରିଷଦର ସମସ୍ତ ସଦସ୍ୟ ବ୍ଳକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବୃଦ୍ଧିଜୀବୀ ଯୋଗ ଦେଇ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କହିଥିଲେ । ସେହିପରି ମୋହନା ବ୍ଳକ କାର୍ଯ୍ୟାଳୟ ଠାରେ ହୋଇଥିବା ଶୋକ ସଭାରେ ବ୍ଳକର ଅଧ୍ୟକ୍ଷ ରଞ୍ଜିବି ଶବର ଏବଂ ଅନ୍ୟ ବିଜେଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

No Result
View All Result