No Result
View All Result
୩୦ ଜାନୁଆରୀ .ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ସାରା ଦେଶ ୭୪ ତମ ସାଧାରଣ ତନ୍ତ୍ର ଦିବସ ଗୁରୁବାର ପାଳନ କରିଥିବା ବେଳେ କିଛି ସ୍ଥାନରେ ଶୁକ୍ରବାର ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ସକାଳ ୧୧ ଯାଏଁ ତ୍ରିରଙ୍ଗା ପତାକା ଝୁଲୁଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ କେଶରା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଶୁକ୍ରବାର ସକାଳ ପ୍ରାୟ ୧୧ ଯାଏଁ ସ୍କୁଲରେ ତାଲା ଖୋଲା ଯାଇ ନଥିବା ବେଳେ ବହୁ ଛାତ୍ର ଛାତ୍ରୀ ସ୍କୁଲକୁ ଆସି ଘରକୁ ଫେରି ଯାଇଥିବା ବେଳେ ଶିକ୍ଷକମାନେ ଦୀର୍ଘ ସମୟ ଧରି ଗେଟ୍ ବାହାରେ ଛିଡ଼ା ହେବାକୁ ପଡ଼ିଥିଲା ।
ପରେ ଶିକ୍ଷକମାନେ ସ୍କୁଲକୁ ଯାଇ ତ୍ରିରଙ୍ଗା ପତାକାକୁ ଓହ୍ଲାଇଥିଲେ । ତାହା ପୁଣି ସମ୍ପୂର୍ଣ ଭାବେ ତିରଙ୍ଗା ପତାକାକୁ ତଳେ ପକାଇ ଗୋଡ଼ରେ ଚକୁଟି ଅସମ୍ମାନ କରାଯାଇଥିଲା । ଶିକ୍ଷାନୁଷ୍ଠାନ ଏଭଳି ଅବ୍ୟବସ୍ଥାକୁ ସାଧରଣରେ ନିନ୍ଦା କରାଯାଇଛି । ଏ ନେଇ ସ୍କୁଲ୍ କର୍ତ୍ତୃପକ୍ଷ ନିଜ ଭୁଲକୁ ମାନିଛନ୍ତି । ସରସ୍ଵତୀ ମୂର୍ତି ବିସର୍ଜନ ଥିବାରୁ ସ୍କୁଲ୍ ବନ୍ଦ କରାଯାଇଛି ଓ ଗତକାଲି ସନ୍ଧ୍ୟା ରେ ପତାକାକୁ ଖୋଲିବାକୁ ଜଣେ ଛାତ୍ରକୁ କୁହାଯାଇଥିଲା ।
କିନ୍ତୁ ସେ ଖୋଲି ନ ଥିଲେ ବୋଲି କହିଛନ୍ତି ବିଦ୍ୟାଳୟ ର ଶିକ୍ଷକ ଜଗତଚନ୍ଦ୍ର ନାୟକ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ରେ ଉପସ୍ଥିତ ନଥିଲେ ଯୋଗା ଯୋଗ କରିବାରୁ ସେ କହିଥିଲେ ମୁଁ ଗୁରୁବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଥିଲି ପରେ ମେଡ଼ିକାଲ୍ କାମ ରେ ବ୍ରହ୍ମପୁରୁ ଚାଲିଯାଇଥିଲି ଏଭଳି ତୀରଙ୍ଗା ପତାକା କୁ ଅସମ୍ମାନ କରିଥିବା ଶିକ୍ଷକ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ଏହି ବିଷୟ ରେ ବ୍ଲକ୍ ଶିକ୍ଷ୍ୟା ଅଧିକାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ।

No Result
View All Result