୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆବାସ ତାଲିକା ପ୍ରକାଶ ପାଇବା ପରେ ଏଥିରେ ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ୍ ପଡିବା ସହିତ ଅଯୋଗ୍ୟ ହିତଅଧିକାରୀଙ୍କ ନାମ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି । ମଙ୍ଗଳବାର ଆର,ଉଦୟଗିରି ବ୍ଳକର ରାମଗିରି ପଞ୍ଚାୟତ ଠାରେ ଥିବା ଗରିବ ଯୋଗ୍ୟ ହିତଅଧିକାରୀଙ୍କ ନାମ ନଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏହାର ପ୍ରତିବାଦରେ ରାମଗିରି ଗ୍ରାମର ଯୋଗ୍ୟ ହାତଅଧିକାରୀ ସରପଞ୍ଚ ସସ୍ମିତା କାଜିଙ୍କୁ ଏକ ଦାବିପତ୍ର ପ୍ରଦାନ କହିଥିଲେ । ଏଥିରେ ସେମାନେ ଜଣାଇଛନ୍ତି ଯେ ପୂର୍ବରୁ ଯେଉଁ ମାନେ ଆବାସ ପାଇଁ ସହାୟତା ପାଇଥିଲେ ସେମାନଙ୍କର ପୁନଃ ତାଲିକା ଭୁକ୍ତ କରିଯାଇଥିବା ବେଳେ ଯୋଗ୍ୟ ହାତଅଧିକାରୀ ଏଥିରେ ବାଦ ପଡିଛନ୍ତି । କିଛି ସ୍ବେଛାସେବୀ ପୂର୍ବରୁ ପାଇଥିବା ହିତଅଧିକାଙ୍କ ତାଲିକା ନକଲ ବ୍ଳକ କର୍ମଚାରୀଙ୍କୁ ମାଗିଥିଲେ କିନ୍ତୁ ମିଳୁପାରୁନଥିବା ସରପଞ୍ଚ ଠାରେ ଅଭିଯୋଗ କରିଛନ୍ତି । ଏ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିଥିଲେ । ହିତଧିକାରୀ ଏହି ତାଲିକାର ପୁନଃ ତଦନ୍ତ କରି ପ୍ରକୃତ ଯୋଗ୍ୟ ହିତଅଧିକାରୀଙ୍କୁ ଚିହ୍ନଟ କରି ସରକାରୀ ସହାୟତା ପ୍ରଦାନ କରଯାଉ ବୋଲି ଅଭିଯୋଗ କରିଛନ୍ତି ।