ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଏସଡିପିଓ ଦିଲ୍ଲୀପ କୁମାର ନାୟକ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ତିବଟିଆନ ପ୍ରତିନିଧି ତେଞ୍ଜିଂ ସୋପା, ରାଜ୍ୟପାଳ ପୁରସ୍କାର ର୍ପ୍ରାପ୍ତ ତଥା ଅବସର ପ୍ରାପ୍ତ ଶିକ୍ଷକ ପ୍ରତାପ ଷଡ଼ଙ୍ଗୀ ଓ ନରହରି ପାଣିଗ୍ରାହି ପ୍ରମୁଖ ଅଞ୍ଚଳରେ ଉନ୍ନତି ପାଇଁ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସମିତି ସଭ୍ୟ ଦେବନ୍ତି ମଣ୍ଡଳ, ସରପଞ୍ଚ ରଜନୀକାନ୍ତ ପ୍ରଧାନ, ଶୌରା ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ବନମାଳି ଭୂୟାଁ, ବ୍ଲକ୍ ଅଧକ୍ଷ ରଞ୍ଜୀବ ଶବର, ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିଶିକା, ରାମଗିରି ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ପଟ୍ଟନାୟକ ସହ ସାମ୍ବାଦିକ ବାବୁଲା ସେଠୀ, ଗଣେଶ ବିଷୋୟୀ , ଅଂଶୁମାନ ପଣ୍ଡା,ପିଣ୍ଟୁ ପ୍ରଧାନ, ଶ୍ରିହର ପ୍ରଧାନ ନୃସିଂହନାଥ ପୂଜାରୀ ଙ୍କ ସହ ବହୁ ସାମ୍ୱାଦିକ ଯୋଗ ଦେଇଥିଲେ
ଏହା ସହ ସ୍ଥାନୀୟ ଗ୍ରାମ ମୁଖିଆ ଅମୂଲ୍ୟ କୁମାର ନାୟକ ଓ ଗୌରୀଶଙ୍କର ପ୍ରଧାନି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ।ଏହି ଉତ୍ସବରେ ଏସ ଡି ପି ଓ ଦିଲ୍ଲୀପ କୁମାର ନାୟକ ଚନ୍ଦ୍ରଗିରି କୁ ସେ ବାରମ୍ବାର ଆସିଛନ୍ତି ସେ ଯାହା ଅଙ୍ଗେ ଅନୁଭବ କରିଛନ୍ତି ପ୍ରକାଶ କରିଥିଲେ ଏବଂ କହିଥିଲେ କି ଏହି ଅଂଚଳ ଭାଇ ଚାରାର ଅଞ୍ଚଳ ସମସ୍ତ ଲୋକ ସୁବିଧା ଅଡସୁବିଧାରେ ଆଲୋଚନା ମାଧ୍ୟମରେ ସିଦ୍ଧାନ୍ତ ନେଉଥିବା ପ୍ରକାଶ କରିଥିଲେ

© 2023 Odisha Taza News.