No Result
View All Result
୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ବିଭିନ୍ନ ଦାବି ନେଇ ଗଜପତି ଜିଲ୍ଲା ମୋହନାରେ ସିପିଆଇଏମ୍ ପକ୍ଷରୁ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ସିପିଆଇଏମ ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତଙ୍କ ନେତୃତ୍ବରେ ଶତାଧିକ ଆଦିବାସୀ ସ୍ଥାନୀୟ ହାଇସ୍କୁଲ ଛକରୁ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ l ସେଠାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚାଷୀଙ୍କୁ ଜମି ପଟା ପ୍ରଦାନ, ବାସଗୃହ ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ତହସିଲଦାର ହିମାଂଶୁ ଭୂଷଣ ପଲେଇଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି l
ଏହା ପରେ ବ୍ଲକ କlର୍ଯ୍ୟlଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଢେପଗୁଡl ପଞ୍ଚାୟତର ବିଭିନ୍ନ ଗାଁକୁ ରାସ୍ତା ନିର୍ମାଣ, ଭତା ପ୍ରଦାନ, ସ୍କୁଲ କଲେଜରେ କର୍ମଚାରୀ ନିଯୁକ୍ତି, ଗରିବ ହିତାଧିକାରୀଙ୍କୁ ବାସଗୃହ ପ୍ରଦାନ ପାଇଁ ବିଡ଼ିଓ ତପସ୍ଵିନୀ ହାଁସଦା ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ବିକ୍ଷୋଭରେ ସିପିଆଇଏମ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, ମୋହନା ଆଞ୍ଚଳିକ ସଭାପତି ଗୋକୁଳ ଦଳବେହେରା ମାନସ ଜେନା, ସୁନାମ ମଣ୍ଡଳ ଓ ଶିବ ମଣ୍ଡଳ ପ୍ରମୁଖ ଯୋଗଦେଇଥିଲେ l

No Result
View All Result