ଜେକେ ଟାୟାର ଓ ଇଣ୍ଡଷ୍ଟ୍ରିଜ ଲିମିଟେଡ ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ସଞ୍ଜୀବ ଶର୍ମା, ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ନୂଆ ଟ୍ରକ ହୁଇଲ ସେଂଟରର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ଆନନ୍ଦ ପୋଦର, ଶ୍ରୀ ଅମ୍ବିକା ଅଟୋ ଷ୍ଟୋର ମାଲିକ ଶ୍ରୀ ମନମୋହନ ପୋଦର, ଜୋନାଲ ମ୍ୟାନେଜର (ଇଷ୍ଟ) ସୁବନ୍ଧୁ ଚକ୍ରବର୍ତି ପ୍ରମୁଖ ଉପସ୍ଥିତ ରହିଛନ୍ତି । ୮୦୦୦ ବର୍ଗଫୁଟର ଏହି ଫାସିଲିଟି ସେଂଟର ୫୫ ନମ୍ବର ଜାତୀୟ ରାଜପଥ, କଟକ, ଓଡ଼ିଶା, ୭୫୩୦୦୧ ଠାରେ ଅବସ୍ଥିତ । ଏହି ଅତ୍ୟାଧୁନିକ ସେଂଟର ଉଚ୍ଚ ପ୍ରଶିକ୍ଷିତ ଟେକ୍ନିକାଲ ପରାମର୍ଶଦାତାମାନଙ୍କର ଏକ ଦଳ, ହୁଇଲ ସର୍ଭିସିଙ୍ଗ ଉପକରଣ, ଟ୍ରକ/ ବସ ପାଇଁ ସମ୍ପୂର୍ଣ୍ଣ ରେଞ୍ଜର ସ୍ମାର୍ଟ ଟାୟାର ଏବଂ ଏହାର ନୂତନ ଷ୍ଟୋର ପାଇଁ ଜେକେ ଟାୟାର୍ର ରିଟେଲ ପରିଚୟକୁ ପ୍ରଦର୍ଶିତ କରୁଥିବା ଏକ ଏକ୍ସପିରିଏନ୍ସ ଜୋନ ସହିତ ସୁସଜ୍ଜିତ ହୋଇଛି ।
ଏହି ଅବସରରେ ଜେକେ ଟାୟାର ଓ ଇଣ୍ଡଷ୍ଟ୍ରି ଲିମିଟେଡର ସେଲ୍ସ ଏବଂ ମାର୍କେଟିଙ୍ଗ ଡାଇରେକ୍ଟର ଶ୍ରୀ ଶ୍ରୀନିବାସୁ ଅଲ୍ଲାଫନ କହିଛନ୍ତି ଯେ, “କଟକସ୍ଥିତ ଏହି ନୂତନ ଟ୍ରକ ହୁଇଲ ସେଂଟର ‘ୱାନ ଷ୍ଟପ୍ ସଲ୍ୟୁସନ’ ସେବାକୁ ଏହାର ମୂଳରେ ରଖି ଜେକେ ଟାୟାରର ଗ୍ରାହକ- କ୍ରେନ୍ଦ୍ରିକ ଆଭିମୁଖ୍ୟ ଉପରେ ଗୁୁରୁତ୍ୱାରୋପ କରିଛି । କର୍ତୁପକ୍ଷଙ୍କ ଦ୍ୱାରା ଆବଶ୍ୟକ ସମସ୍ତ ସୁରକ୍ଷା ପ୍ରୋଟୋକଲଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ସହିତ ଏହି ନୂତନ ସେଂଟର ଗ୍ରାହକଙ୍କୁ ମୂଲ୍ୟ ଏବଂ ସହଜ ଉପଲବ୍ଧତା ପ୍ରଦାନ କରି ସେମାନଙ୍କ ଟାୟାର ଆବଶ୍ୟକତାକୁ ପୂରଣ କରିବ ।” ସମଗ୍ର ଦେଶରେ ଜେକେ ଟାୟାରର ୧୫୦ ରୁ ଅଧିକ ଆଉଟଲେଟର ଏକ ବିସ୍ତୃତ ଟ୍ରକ/ ବସ ଟାୟାର ସର୍ଭିସ ନେଟୱର୍କ ରହିଛି ।
ଯାହା ଗ୍ରାହକଙ୍କୁ ଏକ ୩୬୦-ଡିଗ୍ରୀ ଅନୁଭୂତି ପ୍ରଦାନ କରିବା ଲାଗି ଗୋଟିଏ ଛାତ ତଳେ କମ୍ପ୍ୟୁଟରାଇଜଡ ହୁଇଲ ଆଲାଇନମେଂଟ, ଟାୟାର ରୋଟେସନ, ନାଇଟ୍ରୋଜେନ ଇନଫ୍ଲେସନ ଏବଂ ଟାୟାର ଇନଫ୍ଲେସନ ସହିତ ଉଚ୍ଚମାନର ଯନ୍ତ୍ରପାତି ଦ୍ୱାରା ସକ୍ଷମ ସର୍ବୋତମ ଇନ-ଲାଇନ ସେବା ପ୍ରଦାନ କରୁଛି । ଉପଭୋକ୍ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଏହି ନୂତନ ଶୋରୁମରେ ଅଣ-ସଂସ୍ପର୍ଶବିହୀନ ସେବା, ଡିଜିଟାଲ ପେମେଂଟ, ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ତାଲିମପ୍ରାପ୍ତ ଟେକ୍ନିସିଆନ, ଟ୍ରକ ସାନିଟାଇଜେସନ ଆଦି ଭଳି ଅନେକ ପଦକ୍ଷେପ ଏବଂ ସୁରକ୍ଷା ସତର୍କତା ଅନ୍ତର୍ଭୁକ୍ତ ରହିଛି ।
© 2023 Odisha Taza News.