ରଣପୁର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ରଣପୁର ବ୍ଲକ ସଦର ମହକୁମା ଉପକଣ୍ଠ ମଙ୍ଗରାଜପୁର ସ୍ଥିତ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଜ୍ୟୋତିର୍ମୟା ସାହୁ ସଭାପତି ଓ ସମ୍ପାଦକ ଭାବେ ସଲମାନ ଖାଁ ଉଭୟଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଶୁଭଶ୍ରୀ ୨୮୮ଖଣ୍ଡ ଭୋଟ ପାଇଥିଲା ବେଳେ ଜ୍ୟୋତିର୍ମୟୀ ୩୧୩ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ସେହିପରି ସମ୍ପାଦକ ପଦ ପାଇଁ ବିସିଜେଡି ତରଫରୁ ସଲମାନ ଓ ଏବିଭିପି ତରଫରୁ ଅରୁଣ କରଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । ଅରୁଣ ୨୯୩ଖଣ୍ଡ ଭୋଟ ପାଇଥିଲା ବେଳେ ସଲମାନ ୩୦୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଉପ ସଭାପତି ଭାବେ ଏବିଭିପିର ତୁଳସୀ ରଥ, ସହ ସମ୍ପାଦକ ଭାବେ କାହ୍ନା ମହାରଣା ଅପ୍ରତିଦ୍ଵନ୍ଦୀ ଭାବେ ବିଜୟୀ ହୋଇଥିଲେ ।
















