ଗୋପାଳପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମନ ମୋହିଲା କଣ୍ଢେଇ ମେଳା
ରଣପୁର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଗୋପାଳପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମଙ୍ଗଳବାର ବିଦ୍ୟାଳୟସ୍ତରୀୟ କଣ୍ଢେଇ ମେଳା ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ୬୦ଟି କଣ୍ଢେଇ ଆଣି ମେଳାରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଶ୍ରୀ ରବିନାରାୟଣ ଦାଶ, ସଭାପତି ଶ୍ରୀ ଦେବାଶିଷ ମିଶ୍ର, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁନୀଲ କୁମାର ତ୍ରିପାଠୀ ଏବଂ ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ସହଯୋଗରେ ଏହି ମେଳା ଆୟୋଜିତ ହୋଇଥିଲା । ବିଚାରକ ଭାବେ ଶ୍ରୀମତୀ ଅର୍ପିତା ମିଶ୍ର ଓ ଶ୍ରୀ ଗଣେଶ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ କଣ୍ଢେଇଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ ।
















