No Result
View All Result
ନିମ : ନିମ ତେଲ ବହୁତ ପ୍ରଭାବଶାଳୀ ହୋଇଥାଏ । ଏହା ବହୁତ କଟୁ ହୋଇଥିବାରୁ ଉକୁଣୀ ଅଧିକ ସମୟ ବଞ୍ଚିପାରନ୍ତି ନାହିଁ । ତେଣୁ ରାତିରେ ନିମ ତେଲ ଲଗାଇ ଶୋଇବା ଉଚିତ । ସକାଳୁ ଏହାକୁ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ ।
ପେଟ୍ରୋଲିୟମ ଜେଲି : ପେଟ୍ରୋଲିୟମ ଜେଲିର ବ୍ୟବହାର ସାଧାରଣ ଭାବେ ହାତ ଏବଂ ତ୍ୱଚା ପାଇଁ କରାଯାଏ । ଏହାକୁ କେଶରେ ବ୍ୟବହାର କଲେ ମଧ୍ୟ ଉକୁଣୀ ସମସ୍ୟାରୁ ମୁକ୍ତି ପାଇବେ ।
ଲେମ୍ବୁ ଓ ରସୁଣ : ଉକୁଣୀକୁ ଦୂରେଇବା ପାଇଁ ଏକ ଭଲ ଉପାୟ ରହିଛି । ଲେମ୍ବୁ ରସରେ ରସୁଣ ଏବଂ ବାଦାମ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ । ଏହାକୁ ମୁଣ୍ଡରେ ଘଣ୍ଟାଏ ଲଗାଇ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ ।
ଭିନେଗାର ଓ ସିରକା : ମୁଣ୍ଡରେ ଆପଲ ସାଇଡର ଭିନେଗାରକୁ ବ୍ୟବହାର କରିପାରିବେ । ଏହି ଉପାୟ ଦ୍ୱାରା ମୁଣ୍ଡରୁ ଉକୁଣୀ ଗାଏବ ହୋଇଯିବ ।
ଅଲିଭ ତେଲ: ଅଲିଭ ଅଏଲ ଲଗାଇବା ଦ୍ୱାରା ଉକୁଣୀ ଅଣନିଶ୍ୱାସୀ ହୋଇପଡନ୍ତି । ତେଣୁ ମରିଯାଆନ୍ତି ।
ଟି ଟ୍ରି ଅଏଲ୍ : ଟି ଟ୍ରି ଅଏଲରେ ଆଣ୍ଟିମାଇକ୍ରୋବିଏଲ ଗୁଣ ରହିଥାଏ ଯାହା ପାଇଁ ଉକୁଣୀ ମରିଯାଆନ୍ତି ।
ପିଆଜ ରସ : ପିଆଜ ରସ କାଢି ୩ ରୁ ୪ ଘଣ୍ଟା ପାଇଁ ମୁଣ୍ଡରେ ଲଗାଇଦିଅନ୍ତୁ । ଏହା ପରେ ଶାମ୍ପୁ ଲଗାଇ ମୁଣ୍ଡ ସଫା କରିଦିଅନ୍ତୁ ।
ବେକିଂ ସୋଡା : ବେକିଂ ସୋଡାକୁ କଣ୍ଡିସନର ସହିତ ଲଗାଇଦିଅନ୍ତୁ । ତିନି ଭାଗ କଣ୍ଡିସନରେ ଏକ ଭାଗ ବେକିଂ ସୋଡା ମିଶାଇ ମୁଣ୍ଡରେ ଲଗାନ୍ତୁ । ଉକୁଣୀ ସବୁ ମରିଯିବେ ।
No Result
View All Result