ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ଓ ପୋଲିସ ପକ୍ଷରୁ ଲଗାତାର ଚଢ଼ାଉ ଜାରି ରହିଥିବା ବେଳେ ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଅଡବା ଥାନା ଅନ୍ତର୍ଗତ ପଣସପଦର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଅନ୍ୟ ସ୍ଥାନକୁ ଚାଲାଣ ଉଦ୍ଦେଶ୍ୟରେ ଥିବା ୩୯୬ କିଲୋଗ୍ରାମ ଗଞ୍ଜେଇ ପୋଲିସ ପକ୍ଷରୁ ଜବତ କରାଯାଇଛି। ତେବେ ଗଞ୍ଜେଇ ବସ୍ତା ସ୍ଥାନାନ୍ତର କରୁଥିବା ୪ ଜଣ ବ୍ୟକ୍ତି ପୋଲିସକୁ ଦେଖି ଘଞ୍ଚ ଜଙ୍ଗଲ ମଧ୍ୟକୁ ଖସି ପଳାଇ ଯାଇଥିବା ଜଣାପଡ଼ିଛି ।
















