ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲାର ଆର୍. ଉଦୟଗିରି ବ୍ଲକ ସମେତ ବିଭିନ୍ନ ବ୍ଳକରେ ଅସହାୟ ଓ ନିରାଶ୍ରୟ ବୃଦ୍ଧବୃଦ୍ଧାଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି।ରାସ୍ତାକଡ଼ରେ କିମ୍ବା ଅସୁରକ୍ଷିତ ଅବସ୍ଥାରେ ରହୁଥିବା ବୟସ୍କ ବ୍ୟକ୍ତିମାନଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ଏହି ପ୍ରୟାସ କରାଯାଇଛି । ଏଭଳି ଅସହାୟ ବୃଦ୍ଧବୃଦ୍ଧାଙ୍କ ସୁରକ୍ଷା, ରହିବା, ଖାଦ୍ୟପେୟ ଓ ଆବଶ୍ୟକ ସେବା ଉପରେ ଗୁରୁତ୍ୱ ଦିଆଯାଇଛି ।

ବିଶେଷକରି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଜିଲ୍ଲାରେ ନିରାପଦ ଆଶ୍ରୟସ୍ଥଳୀ ଓ ଦୁର୍ବଳ ବର୍ଗଙ୍କ ସୁରକ୍ଷା ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି।ସେହିପରି ଗଜପତି ଜିଲ୍ଲାର ଅଡ଼ବା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁଲାଗୁଡ଼ା ଗ୍ରାମର କଚ୍ଚା କିମ୍ବା ଅସୁରକ୍ଷିତ ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଯେକୌଣସି ଅଘଟଣକୁ ଏଡ଼ାଇବା ସହ ଲୋକଙ୍କ ଜୀବନ ଓ ଧନସମ୍ପତ୍ତିର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
















