ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ପଥରଗଡ଼ ଗ୍ରାମ ନିକଟରେ କାର୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ମୋହନା ଥାନା ଅନ୍ତର୍ଗତ କାମ୍ପୋଗୁଡ଼ା ଗ୍ରାମର ଇନ୍ଦ୍ରଧନୁ ଦଳାଇ । ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ଚନ୍ଦ୍ରଗିରି ଅଭିମୁଖେ ଯାଉଥିବା ଓଡି ୦୫ ବିଭି -୭୬୬୬ ନମ୍ବର ବିଶିଷ୍ଟ ଟୟୋଟା କାରଟି ପଥରଗଡ଼ ଗ୍ରାମ ନିକଟରେ ଇନ୍ଦ୍ରଧନୁଙ୍କୁ ଧକ୍କା ଦେଇଥିଲା ।
















