ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା କାଶୀନଗର ବ୍ଲକ ଅନ୍ତର୍ଗତ ଶିଙ୍ଗିପୁର ଗ୍ରାମରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଉପରେ ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ାଉ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କେ. ସୀତାପୁର ଗ୍ରାମ ପଞ୍ଚାୟତର ଶିଙ୍ଗିପୁର ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ପୋଲିସ ଆରକ୍ଷୀ ଅଧୀକ୍ଷକ ଗଜପତି ଙ୍କ ଆଦେଶ ଅନୁଯାଏ ଆଜି ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ମିଳିତ ଚଢ଼ାଉ କରାଯାଇଥିଲା ।
















