No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ରଣପୁର :- ବହୁ ଚର୍ଚ୍ଚିତ ଚାନ୍ଦପୁର ଥାନା ହରିହରପୁର ରଙ୍କ ଦଳେଇ ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ୨୦୧୨ ମସିହାରେ ଘଟିଥିବା ଏହି ହତ୍ୟା ମାମଲାର ବିଚାର କରି ନୟାଗଡ ଜିଲ୍ଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ଉପଯୁକ୍ତ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦେଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ, ଚାନ୍ଦପୁର ଥାନା ଅନ୍ତର୍ଗତ ହରିହରପୁର ଗ୍ରାମର ଶୁକଦେବ ପାତ୍ର, ସର୍ବେଶ୍ୱର ମହାପାତ୍ର, ଅଶୋକ ପାତ୍ର ଓ ସସ୍ମିତା ଓରଫ୍ ବେବିନା ପାତ୍ରଙ୍କ ଗ୍ରାମଠାରୁ କିଛି ଦୂର ମଦୁଆଟାଙ୍ଗିରେ ସପରିବାରେ ରହୁଥିବା ରଙ୍କ ଦଳେଇଙ୍କ ସହ ଏକ ଛେଳି କିଣିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣ କରିଥିଲା ।
ମୃତ ରଙ୍କ ଦଳେଇ ଓ ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରବଳ ମାଡ଼ପିଟ ହୋଇଥିଲା ଓ ପରେ ଘଟଣାସ୍ଥଳରେ ହିଁ ରଙ୍କଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ମାମଲାରେ ସରକାରଙ୍କ ତରଫରୁ ଅଭିଯୁକ୍ତମାନଙ୍କ ବିରୋଧରେ ମୃତ ରଙ୍କ ଦଳେଇଙ୍କ ପରିବାର ସଦସ୍ୟ, ୨ଜଣ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ସମେତ ୧୫ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ଅଭିଯୁକ୍ତମାନଙ୍କ ତରଫରୁ ବରିଷ୍ଠ ଆଇନ୍ଜୀବୀ ଦିଲ୍ଲୀପ କୁମାର ନନ୍ଦ ମୋକଦ୍ଦମା ପରିଚାଳନା କରୁଥିଲେ । ଉଭୟ ପକ୍ଷର ଜବାବ ସୁଆଲ୍ ପରେ ବିଚାରପତି ରାୟ ପ୍ରଦାନ କରି ଅଭିଯୁକ୍ତମାନଙ୍କୁ ନିଘୋଷରେ ଖଲାସ କରିଥିଲେ ।
No Result
View All Result