• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

 ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି 

Proprietor Abhimanyu Maharana by Proprietor Abhimanyu Maharana
June 27, 2026
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
 ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି 
Share on FacebookShare on TwitterWhatsapp

ନୂଆଦିଲ୍ଲୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ଆସନ୍ତା ୪୮ତମ ରଥଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ପର୍ବ ଏବେ ବ୍ୟାପକ ଭାବେ ଚାଲିଥିବା ଲକ୍ଷ୍ୟ କରାଯାଉଛି । ରଥଯାତ୍ରା ଅବସରରେ ଜାତୀୟ ରାଜଧାନୀର ଏହି ପ୍ରମୁଖ ଧାର୍ମିକ ପୀଠସ୍ଥଳୀରେ ପ୍ରାୟ ଦେଢ଼ ଲକ୍ଷ ଭକ୍ତଙ୍କର ସମାଗମ ଘଟିବ ବୋଲି ଆକଳନ କରାଯାଉଛି । ମନ୍ଦିର ପରିଚାଳନା କମିଟି ‘ଶ୍ରୀ ନୀଳାଚଳ ସେବା ସଂଘ’ ଦ୍ୱାରା ଆୟୋଜନ କରାଯାଉଥିବା ଏହି ବାର୍ଷିକ ଧାର୍ମିକ, ଆଧ୍ୟାତ୍ମିକ,

ସାମାଜିକ ଓ ସାଂସ୍କୃତିକ ମହାକୁମ୍ଭରେ ରାଜଧାନୀ ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ଓଡ଼ିଆ ଏବଂ ଅଣ ଓଡ଼ିଆ ଶ୍ରଦ୍ଧାଳୁ ଯୋଗଦେବେ ବୋଲି ଜଣାଯାଇଛି । ସମସ୍ତ ଆୟୋଜନକୁ ଶାନ୍ତି, ଶୃଙ୍ଖଳା ଏବଂ ସକ୍ଷମତାର ସହିତ ସମ୍ପନ୍ନ କରାଯିବା ପାଇଁ ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରୁଥିବା ଦେଖାଯାଉଛି । ଏହି ପବିତ୍ର ପ୍ଲାବନ ପାର୍ବଣ ଉପଲକ୍ଷେ ସମଗ୍ର ମନ୍ଦିରକୁ ଆକର୍ଷକ ରଙ୍ଗରେ ସଜ୍ଜିତ ଓ ନବୀକରଣ କରାଯାଇ ନୂଆ ସ୍ୱରୂପ ପ୍ରଦାନ କରାଯାଉଛି ।

ଚଳିତ ମାସ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଉତ୍ସବ ପ୍ରକ୍ରିୟାର ଶୁଭାରମ୍ଭ ଘଟିବାକୁ ଯାଉଛି। ଜୁଲାଇ ମାସ ୧୪ ତାରିଖରେ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ତଥା ୧୬ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ୨୪ ତାରିଖରେ ବାହୁଡ଼ା ଯାତ୍ରା, ୨୫ ତାରିଖରେ ସୁନାବେଶ ଏବଂ ୨୭ ତାରିଖରେ ନୀଳାଦ୍ରି ବିଜେ ଆଦି ଦିଅଁ ମାନଙ୍କର ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ବିଧି ମୁତାବକ ସମାପନ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ୧୮ ଫୁଟ ଉଚ୍ଚତା ଏବଂ ୧୦ ଚକା ବିଶିଷ୍ଟ ରଥର ନିର୍ମାଣ ରଥଖଳାରେ ଏବେ ଜୋରସୋରରେ ଚାଲିଥିବା ସେ ଜଣାଇଛନ୍ତି ।

ସମଗ୍ର ରଥଯାତ୍ରା ଉତ୍ସବକୁ ସୁରୁଖୁରୁରେ ଆୟୋଜନ କରାଯିବା ପାଇଁ ମନ୍ଦିର ତରଫରୁ ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ପ୍ରାୟ ୭୦୦ ଜଣ ସ୍ୱେଚ୍ଛାସେବକ ଦାୟିତ୍ୱ ନିର୍ବାହ କରିବେ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ରଥଯାତ୍ରାର ଟିକିନିଖି ଜୀବନ୍ତ ଧାରା ବିବରଣୀ ଭଗିରଥ ଝା ଓ ଲକ୍ଷ୍ମୀ ନାରାୟଣ ବେବର୍ତ୍ତା ପ୍ରଦାନ କରିବେ । ଚଳିତ ବର୍ଷର ରଥଯାତ୍ରାରେ ଦିଲ୍ଲୀର ଉପ-ରାଜ୍ୟପାଳ ତରଣଜୀତ ସିଂହ ସାନ୍ଧୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛେରାପହଁରା କାର୍ଯ୍ୟ ତୁଲାଇବେ । ରଥଯାତ୍ରାରୁ ବାହୁଡ଼ା ଯାତ୍ରା ଏବଂ ସୁନା ବେଶ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ମନ୍ଦିର ପରିସରରେ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହେବ ।

ଏହି ମହୋତ୍ସବରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କର ସୃଜନଶୀଳ ପ୍ରତିଭା ଓ ପାରଦର୍ଶିତାର ଯାଦୁଗରୀ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି ଅବସରରେ ନିଜର ଅନନ୍ୟ କଳା ଚାତୁର୍ଯ୍ୟ ପ୍ରଦର୍ଶନ କରିବାକୁ ଯାଉଥିବା ସୁନାମଧନ୍ୟ କଳାକାରମାନଙ୍କ ମଧ୍ୟରେ ବଲିଉଡର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ଗାୟିକା ସୁସ୍ମିତା ଦାସ ଏବଂ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି । ସାଂସ୍କୃତିକ ସମାରୋହରେ ସୁଦକ୍ଷ ଉପସ୍ଥାପିକା ସ୍ୱର୍ଣ୍ଣପ୍ରଭା ପତି ମଞ୍ଚ ପରିଚାଳନା କରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

June 27, 2026
ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

June 27, 2026
ରଥଯାତ୍ରା ପାଇଁ ପ୍ରଥମ ମକ ଡ୍ରିଲ ଅନୁଷ୍ଠିତ

ରଥଯାତ୍ରା ପାଇଁ ପ୍ରଥମ ମକ ଡ୍ରିଲ ଅନୁଷ୍ଠିତ

June 27, 2026
 ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି 

 Preparations on for Ratha Yatra at Delhi’s Hauz Khas Temple 

June 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

June 27, 2026
ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version