କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସମଗ୍ର ରାଜ୍ୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ କଟକ ଜିଲ୍ଲା ଅବକାରୀ ବିଭାଗର କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି କଟକ ଜିଲ୍ଲା ସହରାଞ୍ଚଳ ଅବକାରୀ ନିରୀକ୍ଷକ ଶ୍ରୀ କମଲ ଲୋଚନ ପାଇକରାୟ ସଦଳବଳେ କଟକର ବାଦାମବାଡ଼ି ଥାନା ଅନ୍ତର୍ଗତ ନେତାଜୀ ବସ୍ ଟର୍ମିନାଲ ନିକଟସ୍ଥ କାଳି ମନ୍ଦିର ରୋଡ଼ ନିକଟରେ ଅତର୍କିତ ଚଢ଼ାଉ କରି କଟକ ସତୀଚଉରା(ଇମାମପଡା) ର ୨୬ ବର୍ଷ ବୟସ୍କା ରେଶମା ବେଗମ୍ ନାମକ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୬୨ ଗ୍ରାମର ହିରୋଇନ୍ ଓ ଏହି କାରବାରରେ ବ୍ୟବହୃତ ଏକ ହିରୋ ଆକ୍ଟିଭା ନଂ:-ଓଡି.ଜିରୋ.୫.ବିଏଚ୍-୭୨୯୮ କୁ ଜବତ କରିଛନ୍ତି ।
















