
କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଣ୍ଟାବାଞ୍ଜି ସମାଜସେବୀ ଶ୍ରୀ ଶାନ୍ତନୁ ବିଭାରଙ୍କ ପକ୍ଷରୁ କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବୀପତ୍ର ପ୍ରଦାନ କରାଯାଇଛି । ରାଜ୍ୟର ପ୍ରତ୍ୟେକ ଗାଁ ଓ ସହରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ କୋମଳମତି ଶିଶୁମାନଙ୍କ ସୁରକ୍ଷାକୁ ଅଧିକ ଦୃଢ଼ କରିବା ଏହି ଦାବୀର ମୁଖ୍ୟ ଉଦ୍ଦେଶ୍ୟ ।















