ରଣପୁର : ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ, ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳା ବିଜେ ପରେ ହେଲା ଅନୁକୂଳ ,ସ୍ତୋତ୍ରିୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀ ମଧ୍ୟରେ ରଥ ନିର୍ମାଣ ଅନୁକୂଳ, ସୁନା ଓ ରୁପା କୁରାଢ଼ି ଛୁଆଁଇ ଅନୁକୂଳ ହେଲା ରଥ ନିର୍ମାଣ,ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପରମ୍ପରା,

ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ରଣପୁର :- ରଣପୁର ଶ୍ରୀଜଗନ୍ନାଥଙ୍କ ଅକ୍ଷୟ ତୃତୀୟାରେ ୩ ରଥର କାଠ ଅନୁକୂଳ ହୋଇଛି । ୨ ବର୍ଷ ହେଲା କରୋନା ଯୋଗୁ ମନ୍ଦିରରେ ରଥକାଠ ଅନୁକୂଳ ହୋଇ ନଥିବା ବେଳେ ଚଳିତ ବର୍ଷ ପରମ୍ପରା ଅନୁଯାୟୀ ମନ୍ଦିର ସମ୍ମୁଖରେ ରଥକାଠ ଅନୁକୂଳ ହେବା ସହ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ପୁରୀ ଶ୍ରୀମନ୍ଦିର ନୀତି ଭଳି ଏଠାରେ ସମସ୍ତ ନୀତି କରାଯାଇଥିଲା ।

ଅକ୍ଷୟ ତୃତୀୟାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥଯାତ୍ରା ପାଇଁ ରଥ କାଠ ଅନୂକୂଳ ପରେ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ସମ୍ମୁଖରେ ପଞ୍ଚୁ ମହାଦେବଙ୍କ ଆଗମନ ପରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଏକ ସୁସଜ୍ଜିତ ବିମାନରେ ବାହାରି ଥିଲେ । ରାଜପୁରୋହିତଙ୍କର ପୂଜା ପାଠ ପରେ ୩ ରଥର କାଠକୁ ଅନୁକୂଳ କରାଯାଇଛି ।

୩ ରଥର ମୁଖ୍ୟ ମହାରଣା କବିରାଜ ମହାରଣାଙ୍କ ନେତୃତ୍ବରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି । ପୂଜା ପରେ ପଞ୍ଚୁ ମହାଦେବଙ୍କ ସହ ମଦନମୋହନ ଚନ୍ଦନ ପୋଖରୀକୁ ଚାପ ଖେଳିବାକୁ ଯାଇଥିଲେ । ବାହାରେ ୨୧ ଦିନ ଚନ୍ଦନ ଯାତ୍ରା ପରେ ମନ୍ଦିର ପରିସରରେ ୨୧ ଦିନ ଚନ୍ଦନ ଯାତ୍ରା ହେବ ।