ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜା ନଅର ସମ୍ମୁଖ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଶନିବାର ରଥ ନିର୍ମାଣର ୪୭ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣକାର୍ଯ୍ୟ ଆରମ୍ଭ କରିଥିଲେ । ତିନିରଥ ଦଣ୍ଡା ଉଭୟ ପାର୍ଶ୍ୱରେ ତିନିଗୋଟି ଲେଖାଏଁ ପୋଲ ଗୟଳ ସଂଯୋଗ ହେବାସହ,

ଅନୁକୂଳ ପୂଜା ସହ ତିନିରଥ ର ଚାରି ନାହାକା ଉଠିବା ପର୍ବ ସମ୍ପନ୍ନ ହୋଇଥିଲା । ତିନିରଥର ମୋଟ ୩୨ ଗୋଟି ଗୟଳ ମଧ୍ୟରୁ ଗତକାଲି ସୁଦ୍ଧା ତିନିରଥର, ୩ ଗୋଟି ଲେଖାଏଁ ପୋଲ ଗୟଳ ମୋଡା ଶେଷ ହୋଇଥିଲା, ଆଜି ତିନି ରଥର ବାକି ଥିବା ସମସ୍ତ ପୋଲ ଗୟଳ ଏବଂ ଚାନ୍ଦା ଗୟଳ ମୋଡା ଯାଇ କଣ୍ଟା ବସିବା ପାଇଁ ଦଉଡ଼ିରେ ବାନ୍ଧେଣି ପଡ଼ିଅଛି ।
ଏହା ଦୁଇପାର୍ଶ୍ୱ ନିରାଡି ରେ ସଂଯୋଗ ହୋଇ ଗୟଳ ଏବଂ ନିରାଡି ରେ ଖୋଦେଇ କାପ ଶେଷ ହୋଇଛି । ରୂପକାର ସେବକ ମାନେ ତିନିରଥର ବେଦୀ ସିଂହାସନ ମୁହାଁଟି ରେ ଶେଷ ହୋଇଥିବା ଚିତ୍ର ରୂପ ର ପଲିସ୍ କାର୍ଯ୍ୟ ସହ ତିନିରଥର ୮ଟି ଲେଖାଏ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିଛନ୍ତି ।















