No Result
View All Result
ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପୁରୀ ମହାନଗର ନିଗମ ଅନ୍ତର୍ଗତ ହୁଳୁହୁଳିଆ ପୋଲ ନିକଟ କ୍ରୀଷ୍ଣା ଗାର୍ଡନେ ଠାରେ ଚଳିତମାସ ୧୪,୧୫ ଓ ୧୬ ତାରିଖ ତିନିଦିନ ଧରି ବିରାଟ ରଜ ମହୋତ୍ସବ ଅନୁଷ୍ଠିତ ହେବ । ଶନିବାର ମଧ୍ଯାହ୍ନରେ ଏ ସମ୍ପର୍କିରେ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଦିବ୍ଯ ଜ୍ଯୋତି ସାହୁ କହିଛନ୍ତି ପୁରୀ ୨ ଅଞ୍ଚଳରେ ଏହି ମହୋତ୍ସବ ଓ ପ୍ରତିଯୋଗିତା ଅଞ୍ଚଳବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳାଇ ଦେଇଛି । ଶ୍ରେଷ୍ଠ ବିଜୟିତାଙ୍କୁ ରଜରାଣୀ ଟାଇଟେଲରେ ମୁକଟ ପିନ୍ଧିବା ସହ ବଡ ଟ୍ରଫି ପ୍ରଦାନ କରାଯିବ ।

କ୍ରିଷ୍ଣା ଗାର୍ଡନର ୫୦ ହଜାର ବର୍ଗ ଫୁଟ ଅଞ୍ଚଳରେ ରଜ ଉତ୍ସବର ମାହୋଲ ସୃଷ୍ଟି କରାଯିବ । ଓଲିଉଡ଼୍ ପ୍ଲେ ବ୍ଯାକ ସିଙ୍ଗର ଓ ସେଲିବ୍ରିଟ ମାନେ ଯୋଗଦେବେ । ପ୍ରତିଦିନ ଦିନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲୁ ରହିବ । ଝୋଟି, ମେହେନ୍ଦି, ପିଠା, ପାନ,ମ୍ୟୁଜିକ, ଦୋଳି, ଆର୍ଟ ଓ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହାସହ ସେମି କ୍ଲାସିକାଲ ଓ ମର୍ଡନ ଡ୍ଯାନ୍ସରେ ମଞ୍ଚ ଦୁଲୁକିବ ।
ପ୍ରତିଦିନ ୫ରୁ ୭ ହଜାର ଦର୍ଶକଙ୍କ ପାଇଁ ବ୍ଯବସ୍ଥା କରାଯାଇଛି । ସହରରେ ଦେଖିବାକୁ ମିଳିବ ଗାଁର ରଜ ମାହୋଲ । ମୁଖ୍ଯ ଆୟୋଜକ କ୍ରୀଷ୍ଣା ଗାର୍ଡନ ସହ ଡି ଲୋକ ଅନୁଷ୍ଠାନ ରହିଅଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଦ୍ବତ୍ ପରିଷଦର ଅଧ୍ୟକ୍ଷ ମନୋଜ କୁମାର ରଥ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ,ମୁଖ୍ଯ ସଂଯୋଜକ ଦିବ୍ଯ ଜ୍ଯୋତି ସାହୁ, ବିଜୟ କୃଷ୍ଣ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result