• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ; ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା

Proprietor Abhimanyu Maharana by Proprietor Abhimanyu Maharana
June 7, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ; ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନବୀକରଣଯୋଗ୍ୟ ଶକ୍ତି ନେତୃତ୍ୱରେ ମିଶ୍ରିତ ଶକ୍ତି ଏବଂ ଓଡ଼ିଶାରେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ରୂପାନ୍ତରଣ ଆଡକୁ ଓଡ଼ିଶାର ଲକ୍ଷ୍ୟ ବିଷୟରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଲ୍ଲେଖ କରିଛନ୍ତି । ଭୁବନଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରା କାର୍ଯ୍ୟକ୍ରମରେ ଶ୍ରୀ ସିଂହଦେଓ ଯୋଗଦେଇ ତାହାକୁ ଉଦ୍‌ଘାଟନ କରିବା ଅବସରରେ ଏହା ପ୍ରକାଶ କରିଛନ୍ତି । ସହରରେ ଏହା ଦ୍ୱିତୀୟ ଅଭାଦା ଭାରତ ଉଦୟ ଯାତ୍ରା ହୋଇଥିବାବେଳେ ଉପ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବରେ ଫିତା କାଟିବା ସହିତ ଏହି ଅବସରରେ ସମବେତ ହୋଇଥିବା ନାଗରିକବୃନ୍ଦ,

ଛାତ୍ର ଛାତ୍ରୀ, ଶିଳ୍ପସମୂହର ପ୍ରତିନିଧିଗଣ ଏବଂ ଗୋଷ୍ଠୀ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ । ଉପ ମୁଖ୍ୟମନ୍ତ୍ରୀଙ୍କୁ ଅଭାଦା ଗ୍ରୁପ୍‌ର ପ୍ରେସିଡେଣ୍ଟ ଓ ହେଡ୍‌- ଗ୍ରୀନ୍‌ ହାଇଡ୍ରୋଜେନ / ଆମୋନିଆ ବିଜିନେସ୍‌ ଓ ନିୟୁ ଇନିସିଏଟିଭସ୍‌, ଶ୍ରୀ ପ୍ରଶାନ୍ତ ଚୌବେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ବିଶାଲ ଦେବ, ଆଇଏଏସ୍‌, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ଓ ଆଇଟି ବିଭାଗ, ଓଡ଼ିଶା ସରକାର; ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଆଇଏଏସ୍‌, ଚେୟାରମ୍ୟାନ- କମ୍‌- ମ୍ୟାନେଜିଂ ଡାଇରେକ୍ଟର, ଓପିଟିସିଏଲ୍‌; ଏବଂ ଡ. ସତ୍ୟପ୍ରିୟ ରଥ, ଆଇଏଏସ୍‌, ମ୍ୟାନେଜିଂ ଡାଇରେକ୍ଟର, ଗ୍ରୀଡକୋଙ୍କ ସମେତ ବରିଷ୍ଠ ସରକାରୀ ପଦାଧିକାରୀଗଣ ଯୋଗ ଦେଇଥିଲେ ।

ଭାରତର ଅନ୍ୟତମ ଅଗ୍ରଣୀ ସମନ୍ୱିତ ଶକ୍ତି ରୂପାନ୍ତରଣକାରୀ ଗୋଷ୍ଠୀ ଅଭାଦା ଗ୍ରୁପ୍‌ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ନବୀକରଣଯୋଗ୍ୟ ଶକ୍ତି ଏବଂ ଦୀର୍ଘସ୍ଥାୟୀ ଜୀବନ ଯାପନକୁ ନେଇ ବୃହତ୍ତର ସଚେତନତା ଏବଂ ଗଣ ନିୟୋଜନତାକୁ ଆଗେଇନେବା ନିମନ୍ତେ ତୃଣମୂଳ ସ୍ତରରେ ପହଞ୍ଚୁଥିବା ରାଷ୍ଟ୍ରବ୍ୟାପୀ ଏକ ପ୍ରୟାସ ଅଭାଦା ଭାରତ ଉଦୟ ଯାତ୍ରାର ଅଂଶବିଶେଷ ଥିଲା । ସମାବେଶକୁ ସମ୍ବୋଧିତ କରି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, “ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱ ଅଧୀନରେ ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ତ୍ୱରାନ୍ୱିତ କରିବା ଦିଗରେ ଭାରତ ଉଲ୍ଲେଖନୀୟ ଲମ୍ଫ ପ୍ରଦାନ କରିଛି ।

ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ, ପିଏମ୍‌- କୁସୁମ, ସୌର ବିନିର୍ମାଣ ପ୍ରୋତ୍ସାହନ ଏବଂ ଆକାଂକ୍ଷୀ ନବୀକରଣଯୋଗ୍ୟ ଶକ୍ତି କ୍ଷମତା ଲକ୍ଷ୍ୟ ଆଦି ଭଳି ଯୁଗାନ୍ତକାରୀ ପ୍ରୟାସଗୁଡିକ ରାଜ୍ୟଗୁଡିକ ନିମନ୍ତେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ସ୍ୱଚ୍ଛ ଶକ୍ତି ନିୟୋଜନରେ ପରିମାଣାତ୍ମକ ବୃଦ୍ଧି ଘଟାଇବାକୁ ଏକ ଅନୁକୂଳ ପରିବ୍ୟବସ୍ଥା ସୃଷ୍ଟି କରିଛି । ସମୁଦାୟ ବିଶ୍ୱ ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ଚାଲେଞ୍ଜର ସମ୍ମୁଖୀନ ହେଉଥିବାବେଳେ ସ୍ୱଚ୍ଛ ଏବଂ ନବୀକରଣଯୋଗ୍ୟ ଶକ୍ତି ଉତ୍ସ ଆଡକୁ ରୂପାନ୍ତରଣ ଉଭୟ ପାରିବେଶିକ ଆବଶ୍ୟକତା ଏବଂ ଏକ ଅର୍ଥନୈତିକ ସୁଯୋଗ ପାଲଟିଛି ।

ନବୀକରଣଯୋଗ୍ୟ ଶକ୍ତି ଅଙ୍ଗାରକ ନିର୍ଗମନକୁ ହ୍ରାସ କରିବା, ଶକ୍ତି ନିରାପତ୍ତା ସୁଦୃଢ କରିବା ଏବଂ ପୁଞ୍ଜିନିବେଶ, ନବସୃଜନ ଓ ନିୟୋଜନ ନିମନ୍ତେ ନୂତନ ସୁଯୋଗଗୁଡିକ ସୃଷ୍ଟି କରିବାରେ ଏକ ରୂପାନ୍ତରଣକାରୀ ଭୂମିକା ନିର୍ବାହ କରୁଛି । ସ୍ୱଚ୍ଛ ଶକ୍ତି, ପରିବେଶଗତ ଦାୟିତ୍ୱ ଏବଂ ଦୀର୍ଘକାଳୀନ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରୁଥିବା ପ୍ରୟାସଗୁଡିକୁ ସମର୍ଥନ କରିବା ନେଇ ଆମେ ପ୍ରତିବଦ୍ଧ ରହିଛୁ ।” ପ୍ରଗତିଶୀଳ ନୀତିଗତ ପ୍ରୟାସସମୂହ, ମଜଭୁତ ଶିଳ୍ପ ଭିତ୍ତିଭୂମି ଏବଂ ନବୀକରଣଯୋଗ୍ୟ ଶକ୍ତି, ସବୁଜ ହାଇଡ୍ରୋଜନ ଏବଂଏହାର ଆନୁଷଙ୍ଗିକ କ୍ଷେତ୍ରଗୁଡିକେରେ ବର୍ଦ୍ଧିତ ସୁଯୋଗକୁ ନେଇ ଓଡ଼ିଶା ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଏକ ମୁଖ୍ୟ ଲକ୍ଷ୍ୟସ୍ଥଳ ଭାବରେ ଉଭା ହୋଇଛି ।

ଶକ୍ତି ରୂପାନ୍ତରଣ ନିମନ୍ତେ ରାଜ୍ୟର ଦୀର୍ଘସୂତ୍ରୀ ଲକ୍ଷ୍ୟ ଭାରତର ପ୍ରଶସ୍ତ କାର୍ବନ ନିର୍ଗମନ ହ୍ରାସ ଏବଂ ଶକ୍ତି ନିରାପତ୍ତା ଲକ୍ଷ୍ୟସମୂହକୁ ଆଗେଇ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆଶା କରାଯାଉଛି । ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଯାତ୍ରା ଭ୍ୟାନ ନଏଡାରୁ ୨୦୨୬ ମେ ୮ ତାରିଖରେ ଯାତ୍ରା ଶୁଭାରମ୍ଭ କରି ଇତିମଧ୍ୟରେ ପାଞ୍ଚଟି ରାଜ୍ୟ ଏବଂ ୧୩ଟି ସହରରେ ୪୧୪୫ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରିସାରିଛି ଏବଂ ଏହି ଅବସରରେ ତଲ୍ଲୀନକାରୀ ସମ୍ପର୍କ ସ୍ଥାପନକାରୀ କାର୍ଯ୍ୟକ୍ରମ ଏବଂ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ଉପରେ ଆଲୋଚନା ଜରିଆରେ ପ୍ରତ୍ୟକ୍ଷ ଭାବରେ ହଜାର ହଜାର ନାଗରିକଙ୍କୁ ନିୟୋଜିତ କରିଛି ।

ଏହି ଅବସରରେ ପ୍ରକାଶ କରି ଶ୍ରୀ ଭିନୀତ ମିତ୍ତଲ, ଚେୟାରମ୍ୟାନ, ଅଭାଦା ଗ୍ରୁପ୍‌ କହିଥିଲେ, “ଓଡ଼ିଶା ପରବର୍ତ୍ତୀ ପିଢିର ସ୍ୱଚ୍ଛ ଶକ୍ତି ପୁଞ୍ଜିନିବେଶ ନିମନ୍ତେ ଭାରତର ଅନ୍ୟତମ ଉଦୀୟମାନ ସ୍ଥଳ ଭାବରେ ଉଭା ହେଉଛି । ସବୁଜ ଆମୋନିଆ ଏବଂ ସବୁଜ ହାଇଡ୍ରୋଜେନ ଠାରୁ ବୃହତ୍‌ ଆକାରର ନବୀକରଣଯୋଗ୍ୟ ଶକ୍ତି ବିକାଶ ପର୍ଯ୍ୟନ୍ତ ଭାରତର ଶକ୍ତି ରୂପାନ୍ତରଣ ଯାତ୍ରାରେ ଏକ ପ୍ରମୁଖ ସ୍ଥଳ ହେବା ନିମନ୍ତେ ଓଡ଼ିଶାର ସାମର୍ଥ୍ୟ ରହିଛି । ଅଭାଦା ଭାରତ ଉଦୟ ଯାତ୍ରା ଜରିଆରେ ଆମେ ଏହା ସୁନିଶ୍ଚିତ କରିବା ନିମନ୍ତେ କାର୍ଯ୍ୟ କରୁଛୁ ଯେ, ଏହି ରୂପାନ୍ତରଣରେ ନାଗରିକମାନେ ସକ୍ରିୟ ଅଂଶଗ୍ରହଣକାରୀ ପାଲଟିବେ ଏବଂ ଭାରତର ସ୍ୱଚ୍ଛ ଶକ୍ତି ଭବିଷ୍ୟତ ନିମନ୍ତେ ବୃହତ୍ତର ସଚେତନତା ସୃଷ୍ଟି ସହିତ ଏହାକୁ ସମର୍ଥନ କରିବେ ।”

ଓଡ଼ିଶାରେ ଅଭାଡାର ବର୍ଦ୍ଧିତ ଉପସ୍ଥିତି ପରବର୍ତ୍ତୀ ପିଢିର ଶକ୍ତି ସମାଧାନସମୂହ, ବିଶେଷକରି ସବୁଜ ହାଇଡ୍ରୋଜେନ ଏବଂ ସବୁଜ ଆମୋନିଆ କ୍ଷେତ୍ରରେ ଏକ ରଣକୌଶଳାତ୍ମକ ସ୍ଥଳ ଭାବରେ ଓଡ଼ିଶାର ଉଦ୍ଭବକୁ ପ୍ରତିଫଳିତ କରୁଛି ଏବଂ ଏହି କ୍ଷେତ୍ରଗୁଡିକ ଭାରତର ଅଙ୍ଗାରକ ନିର୍ଗମନ ହ୍ରାସ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆଶା କରାଯାଉଛି । ଭୁବନେଶ୍ୱରରେ ରହଣି କାଳରେ ଏହି ଯାତ୍ରାରେ ନବୀକରଣଯୋଗ୍ୟ ଶକ୍ତି ଭାବଧାରାକୁ ସରଳୀକରଣ କରିବା, ସ୍ୱଚ୍ଛ ଶକ୍ତିକୁ ନେଇ ସାଧାରଣରେ ରହିଥିବା ଭ୍ରାନ୍ତ ଧାରଣା ଦୂରକରିବାକୁ ଆଲୋଚନା ଅଧିବେଶନ, ନୁକ୍କଡ ନାଟକ (ପଥପ୍ରାନ୍ତ ନାଟକ) ଏବଂ ଦୀର୍ଘସ୍ଥାୟୀ ଜୀବନ ଯାପନକୁ ପ୍ରୋତ୍ସାହିତ କରୁଥିବା ଏକ ଡିଜିଟାଲ ସବୁଜ ଶପଥ ପାଠ କରିବା ପାଇଁ ନାଗରିକମାନଙ୍କୁ ସୁଯୋଗ ପ୍ରଦାନ ସମେତ ବିବିଧ ଗଣ ନିୟୋଜନକାରୀ କାର୍ଯ୍ୟକଳାପ ସ୍ଥାନ ପାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ; ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା

ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ; ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା

June 7, 2026
ପୁରୀ ୨ ରେ ସର୍ବବୃହତ ରଜ ମହୋତ୍ସବ ବିଜୟିତା ପିନ୍ଧିବେ ରଜରାଣୀ ମୁକଟ

ପୁରୀ ୨ ରେ ସର୍ବବୃହତ ରଜ ମହୋତ୍ସବ ବିଜୟିତା ପିନ୍ଧିବେ ରଜରାଣୀ ମୁକଟ

June 7, 2026
୮ଟି ନାଟ ଗୋଡରେ କନ୍ଦର୍ପ ରୂପ ଖୋଦେଇ ଜାରୀ

୮ଟି ନାଟ ଗୋଡରେ କନ୍ଦର୍ପ ରୂପ ଖୋଦେଇ ଜାରୀ

June 7, 2026
ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ଅନଲାଇନ୍ ଦାନ ସୁବିଧା ଓ ନୂତନ ଫିଜିଟାଲ୍ ଶାଖାର ଶୁଭାରମ୍ଭ ସହ ବ୍ୟାଙ୍କ ଅଫ୍ ବରୋଦାର ଓଡ଼ିଶାରେ ଉପସ୍ଥିତି ଆହୁରି ସୁଦୃଢ଼

ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ଅନଲାଇନ୍ ଦାନ ସୁବିଧା ଓ ନୂତନ ଫିଜିଟାଲ୍ ଶାଖାର ଶୁଭାରମ୍ଭ ସହ ବ୍ୟାଙ୍କ ଅଫ୍ ବରୋଦାର ଓଡ଼ିଶାରେ ଉପସ୍ଥିତି ଆହୁରି ସୁଦୃଢ଼

June 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ; ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା

ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ; ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା

June 7, 2026
ପୁରୀ ୨ ରେ ସର୍ବବୃହତ ରଜ ମହୋତ୍ସବ ବିଜୟିତା ପିନ୍ଧିବେ ରଜରାଣୀ ମୁକଟ

ପୁରୀ ୨ ରେ ସର୍ବବୃହତ ରଜ ମହୋତ୍ସବ ବିଜୟିତା ପିନ୍ଧିବେ ରଜରାଣୀ ମୁକଟ

June 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version