No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ କୃଷ୍ଣ ଚନ୍ଦ୍ରପୁର ଠାରେ ଦିନ ୧୨ ଟା ସମୟରେ ଏକ ସ୍କର୍ପିଓ ଗାଡ଼ି ( ଓଡ଼ି ୨୫ କେ ୦୫୦୯) ର ଡ୍ରାଇ ଭର ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟ ରେ ମାଡ ହୋଇ ଜଙ୍ଗଲ ଭିତରକୁ ପଶି ଯାଇଥିଲା।ଏହି ଦୁର୍ଘଟଣା ରେ ଗାଡି ରେ ବସିଥିବା ୩ ଜଣ ଙ୍କୁ ସ୍ଥାନୀୟ ଲୋକ, ନୂଆଗାଁ ଅଗ୍ନିଶମ କର୍ମଚାରୀ ଙ୍କ ସହାୟତାରେ ଗୁରୁତର ଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିଲା ।
ସେହିପରି ଦିନ ୨ ଟା ୩୦ ମିନିଟ୍ ସମୟରେ ୫୭ ନଂ ଜାତୀୟ ରାଜପଥ ସଂପଡା ନୂଆସାହି ଠାରେ ଏକ କାର ଦୁର୍ଘଟଣା ରେ ୩ ଜଣ ଗୁରୁତର ହୋଇଥିବା ବେଳେ ୨ ଟି ବାଇକ୍ ସହ ଏକ ସାଇକେଲ ଚୁର୍ ମାର୍ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ବୌଦ୍ଧ ଅଞ୍ଚଳର ଏକ ହୁଣ୍ଡାଇ କାର ଗାଡି ନଂ ( ଓଡ଼ି ୦୨ ଡି ଡବ୍ଲୁ ୯୨୪୬) ଭୁବନେଶ୍ୱର ରୁ ବୌଦ୍ଧ ଯାଉଥିବା ବେଳେ ସଂପଡ଼ା ନୂଆସାହି ନିକଟରେ ବିପରୀତ ଦିଗରୁ ବାଇକ୍ ( ଓଡ଼ି ୩୨ ଏଫ୍ ୯୩୦୪) କୁ ଧକା ଦେବାରୁ ବାଇକ୍ ଆରୋହି ଙ୍କ ର ଦୁଇଟି ଗୋଡ଼ ଭାଙ୍ଗି ଯାଇଥିବା ବେଳେ
କାର ଟି ଗଛ ରେ ପିଟି ହେବା ସହ ଗଛ ନିକଟରେ ଥିବା ଗାଡି ( ଓଡ଼ି ୨୫ ଏମ୍ ୨୯୬୪) କୁ ଧକା ଦେବା ଦ୍ଵାରା ଗାଡି ଏବଂ ପାଖରେ ଥିବା ସାଇକେଲ ଚୁର୍ ମାର୍ ହୋଇଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତର ହୋଇଥିବା ସଂପଡ଼ା ର ସରତ୍ ପ୍ରଧାନ, ବାଲଣ୍ଡା ଗ୍ରାମ ର ସୁଶାନ୍ତ କୁମାର ସାହୁ ଙ୍କ ସମେତ ବୁଗୁଡ଼ା ଅଞ୍ଚଳର ଏକ ଜୈନିକ୍ ବ୍ୟକ୍ତି ଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ଶରତ ପ୍ରଧାନ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।ଏନେଇ ନୂଆଗାଁ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଡି ଗୁଡ଼ିକୁ ଜବତ କରିବା ସହ ମାମଲା ରୁଜୁ କରାଯାଇଥିବା ଜଣା ପଡ଼ିଛି ।
No Result
View All Result