(ଶିଳାଲେଖର ଫଟୋ ପାଠୋଦ୍ଧାର ପାଇଁ ମହୀଶୂର ଯିବ) କଳାହାଣ୍ଡି ଇତିହାସର ନୂତନ ତଥ୍ୟ ଆଗକୁ ଆସିବ ।
ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର/ କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ସର୍ବପ୍ରାଚୀନ ନର୍ଲା ସ୍ଥିତ ଶୈବ ମନ୍ଦିରର ଶିଳାଲେଖ ଓ ଭୀମକେଲା ଗ୍ରାମରୁ ପ୍ରାପ୍ତ ଭାରତ ବର୍ଷର ପ୍ରାଚୀନତମ ବିଷ୍ଣୁ ପ୍ରତିମାର ନୀରିକ୍ଷଣ କାର୍ଯ୍ୟ କରି କ୍ଷେତ୍ର ପରିଦର୍ଶନ କରିଛନ୍ତି ବିଶିଷ୍ଟ ଐତିହାସିକ ଗବେଷକ ଶଶାଙ୍କ ଶେଖର ପଣ୍ଡା । ନର୍ଲା ଶିବ ମନ୍ଦିର କାନ୍ଥରେ ଲାଗି ଥିବା ଶିଳାଲେଖାଟିର ପାଠୋଦ୍ଧାର ପାଇଁ ଭାରତ ସରକାରଙ୍କ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ବିଭାଗ ଅଧିନ ଶିଳାଲେଖ ପାଠୋଦ୍ଧାର ଶାଖା, ମହିଶୂରକୁ ଏହାର ଫଟୋ ପଠାଯିବ ବୋଲି ଗବେଷକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଏହା ଦ୍ଵାରା କଳାହାଣ୍ଡି ଜିଲ୍ଲାର ଅତି ପ୍ରାଚୀନ ଇତିହାସର ନୂତନ ତଥ୍ୟ ଆମେ ପାଇ ପାରିବା ବୋଲି ଆଶା ବ୍ୟକ୍ତ କରିଥିଲେ ।
ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଇତିହାସକୁ ନେଇ ସର୍ବ ଭାରତୀୟ ସ୍ତରରେ ଓ ସାରା ପୃଥିବୀରେ ଆମର ଗୈାରବ ପହଞ୍ଚାଇବାରେ କାର୍ଯ୍ୟ କରିଆସୁଥିବା ଗବେଷକ ଶଶାଙ୍କ ଶେଖର ପଣ୍ଡା ପଶ୍ଚିମ ଓଡ଼ିଶାର ପ୍ରାଚୀନ ମନ୍ଦିର ସ୍ଥାପତ୍ୟ କଳାକୁ ବିଶ୍ଵ ଦରବାରରେ ପରିଚିତ କରିବାରେ ସକ୍ଷମ ହୋଇଛନ୍ତି । ୧୯୪୬ ମସିହାରେ ରାଜୁଡା ଅମଳରେ ନର୍ଲା ଶିବ ମନ୍ଦିର ଶିଳାଲେଖର ପଠନ କାର୍ଯ୍ୟ ହୋଇଥିବା ବେଳେ ଏହା ସଂପୂର୍ଣ୍ଣ ହୋଇ ନଥିବାରୁ କେବଳ ଏହି ଅଞ୍ଚଳଟି କମଳମଣ୍ଡଳ ଓ ରାଜା ମଦନ ମହାଦେବଙ୍କ ରାଜତ୍ଵ ସମୟର ଯଥା ଦ୍ଵାଦଶ ଶତାବ୍ଦୀ କାଳର ବୋଲି ଅଭିହିତ କରାଯାଇଛି । ରାମବଣି ସମ୍ବତ୍ସର ଦ୍ଵାଦଶ ଶତାଦ୍ଧୀ ଉକ୍ତ ଶିଳାଲେଖରେ ସାତଟି ଲାଇନରେ ଲିଖିତ ରହିଥିବା ଶିଳାଲେଖର ସପ୍ତମ ଧାଡ଼ି ଅସ୍ପଷ୍ଟ ହୋଇ ରହିଛି ।