୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାଲକାନଗିରି :- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ନିର୍ଦ୍ଦେଶ ପ୍ରକାରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜ଼ିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲାରେ ଥିବା ୮୦ ବର୍ଷ ଓ ତଦୁର୍ଦ୍ଧ ବୃଦ୍ଧ ଓ ବୃଦ୍ଧା ଏବଂ ୮୦ ପ୍ରତିଶତ ଓ ତଦୁର୍ଦ୍ଧ ଥିବା ଭିନ୍ନକ୍ଷମ ମାନଙ୍କ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ମଧୁବାବୁ ପେନସନ ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରି ମାସିକ ଭତ୍ତା ୧୨୦୦ ରୁ ବର୍ଦ୍ଧିତ ହୋଇ ୩୫୦୦ ଟଙ୍କା ଏହି ଜାନୁଆରୀ ମାସ ୧୫ ତାରିଖ ଠାରୁ ପ୍ରଦାନ କରିବା ଅବସରରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମାଲକାନଗିରି ପୌରପରିଷଦ ଓ ମାଲକାନଗିରି ବ୍ଲକର ସମସ୍ତ ହିତାଧିକାରୀ ଯୋଗ ଦେଇଥିବା ବେଳେ ଜିଲ୍ଲାର ମୋଟ ୮୨୬ ଜଣ ଭିନ୍ନକ୍ଷମ ଓ ୪୭୩୮ ଜଣ ବୃଦ୍ଧ ବୃଦ୍ଧା ଆଜିଠାରୁ ମାସିକ ୩୫୦୦ ଲେଖାଏଁ ଉଭୟ ଜାତୀୟ ସାମାଜିକ ସହାୟତା ଯୋଜନା ଏବଂ ମଧୁବାବୁ ପେନସନ ଯୋଜନାରେ ପାଇବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ , ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଉପ- ଜ଼ିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ,

ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ, ନବରଙ୍ଗପୁର ସାଂସଦ ଜିଲ୍ଲା ପ୍ରତିନିଧି ସଞ୍ଜୟ ସରକାର ଓ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅୟୋଜନ କରିବାରେ ଉପଖଣ୍ଡ ସାମାଜିକ ସୁରକ୍ଷା, ସସ୍ମିତା ସ୍ବାଇଁ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।