No Result
View All Result
୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ ,ସମ୍ମାନୀତ ଅତିଥି ଭାବେ ମହିପୁର ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ମ୍ୟାନେଜର ପାର୍ବତୀ ଶ୍ୱର ଘେରା ,ଅବସର ପ୍ରାପ୍ତ ଶିକ୍ଷକ ପରିକ୍ଷିତ ମାଝୀ ,
ଦୟାନିଧି ଗୋଚ୍ଛାୟତ ,ପ୍ରଶାନ୍ତ କୁମାର ପଣ୍ଡା , ପ୍ରହ୍ଲାଦ ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବ ପାଳନ ର ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ସମ୍ପ୍ରସାରିତ ସାଇକେଲ ଷ୍ଟାଣ୍ଡ ର ଉଦ୍ଘାଟନ କରିଥିଲେ।ତତ୍ ସହିତ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପୂର୍ବତନ ଛାତ୍ରଙ୍କ ଦ୍ଵାରା ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଦ୍ଵାରା ମଞ୍ଚ ପରିଚାଳନା କରଯାଇଥିଲା । ପରିଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା ।

No Result
View All Result