No Result
View All Result

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଫୁଲନଖରା ନିଆଳି ମାଧବ ୬୦ ନମ୍ବର ରାଜ୍ୟ ରାଜପଥର ମରାମତି ଅଭାବରୁ ଏହା ମରଣ ଯନ୍ତା ପାଲଟିଛି, ଏବଂ ଏହା ଦିନକୁ ଦିନ ବହୁ ଧନ ଜୀବନ କ୍ଷତି ଘଟୁଥିବାରୁ ଏହାକୁ ତୁରନ୍ତ ମରାମତି ତଥା ଚାରିଲେନ୍ ରାସ୍ତାରେ ପରିଣତ କରିବାକୁ ବିଜେଡି ପକ୍ଷରୁ ଆଜି ବ୍ରାହ୍ମଣ ଝରିଲୋ ଠାରେ ରାସ୍ତା ରୋକ୍ କରାଯାଇଛି । ବାରଙ୍ଗ ବ୍ଲକ ଵିଜୁ ଜନତା ଦଳ ପକ୍ଷରୁ ଏହି ରାସ୍ତା ମରାମତି କରିବା ପାଇଁ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ବାରଙ୍ଗ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ରାସ୍ତାରୋକ କରାଯାଇ ପ୍ରତିବାଦ କରାଯାଇଛି।

ଏହି ରାସ୍ତାରୋକରେ ପୂର୍ବତନ ବିଧାୟକ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ , ରାଜ୍ୟ ସଭା ସାଂସଦ ସୁଲତା ଦେଓ, ପ୍ରମୋଦ କୁମାର ମହାପାତ୍ର, ସମରେନ୍ଦ୍ର ହାତୀ, ଗଣେଶ ସାହୁ,ଅଶୋକ ରଥ, ଆର୍ତ୍ତତ୍ରାଣ ବିଶ୍ୱାଳ ,ଅକ୍ଷୟ ମହାନ୍ତିଙ୍କ ସମେତ ବାରଙ୍ଗ ବ୍ଲକର ଆଠ ଗୋଟି ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ,ୱ।ର୍ଡ ମେମ୍ଵରଙ୍କ ସମେତ କଟକ ସଦର ବ୍ଲକ ଓ ବାରଙ୍ଗ ବ୍ଲକର ଶତାଧିକ ବିଜେଡି କର୍ମୀ ଯୋଗ ଦେଇ ଏହାକୁ ତୁରନ୍ତ ମରାମତି କରିବାକୁ ଦାବୀ କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ସଦର ଥାନା ପକ୍ଷରୁ ୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
ଫୁଲନଖରା- ନିଆଳି ମାଧବ ୬୦ ନମ୍ବର ରାଜ୍ୟ ରାଜପଥର ଫୁଲନଖରା ଛକର ବସଷ୍ଟାଣ୍ଡ, ଠାରୁ ବ୍ରାହ୍ମଣ ଝରିଲୋ ଛକ ପର୍ଯ୍ୟନ୍ତ ରାସ୍ତାଟି ଆଣ୍ଠୁଏ ଖାଲ ଖମାରେ ପରିଣତ ହେବା ସହ ଚିଫସ୍ ଗୋଡି ଉଠିପଡି ଶୋଚନୀୟ ହୋଇପଡିଛି, ସେହିପରି ହଇଡ଼ାପଡ଼ା, ଅପୂଜା ଛକ ଠାରୁ ଆମଣାକୁଦ୍, ନୂଆଗାଁ ନିଆଳି ମାଧବ ପର୍ଯ୍ୟନ୍ତ ରାସ୍ତାଟି ମରଣ ଯନ୍ତା ପାଲଟିଛିଏଵଂ ଦିନକୁ ଦିନ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଏହା ବଡ ବଡ ଖାଲଖମାରେ ପରିଣତ ହୋଇ ରାସ୍ତାଟିର ଏପରି ଅବସ୍ଥା ହୋଇଛି ଯେ ଖାଲି ପାଦରେ ଯିବାକୁ ମଧ୍ଯ କଷ୍ଟ ସାଧ୍ୟ ହୋଇପଡ଼ିଛି।

ଏହି ରାସ୍ତା ଉପରେ ଯାଉଥିବା ବସ, ଟ୍ରକ ସମେତ ଛୋଟ ବଡ଼ ଯାନବାହାନ ଗୁଡ଼ିକ ଢ଼ଳି ଢଳି ଯାଉଛନ୍ତି, ରାସ୍ତାର ଅନେକ ଜାଗାରେ ଯାନବାହାନ ଗୁଡ଼ିକ ଦୃଘଟଣା ଘଟୁଛି , ଏହି ରାସ୍ତାର ଦୂରାବସ୍ଥା ଯୋଗୁଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକେ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ସେହିପରି ନିଆଳି ମାଧବ ଠାରୁ ଚାରିଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟିର ଅଵସ୍ଥା କହିଲେ ନ ସରେ, ଏହି ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି। ଏହାର ଅବସ୍ଥା ଶୋଚନୀୟ ହୋଇପଡିଛି। ସରକାର ଏହି ମରଣ ଯନ୍ତା ପାଲଟିଥିବା ରାସ୍ତାଟିକୁ ତୁରନ୍ତ ମରାମତି କରିବା ସହ ଏହାକୁ ଚାରିଲେନ ରାସ୍ତାରେ ପରିଣତ କରିବାକୁ ଦାବୀ କରିଛନ୍ତି ବିଜେଡି । ଏହି ରାସ୍ତା ମରାମତି ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ୫୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି l

No Result
View All Result