କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ମାଲଗୋଦାମ ପୋଲିସର ବଡ଼ ସଫଳତା JP କଏଲ ଚୋରି ମାମଲାରେ ୨ ଗିରଫ, ୧୭ ବଣ୍ଡଲ କଏଲ ଜବତ କରିଛି । ଏହି ଘଟଣାରେ କଟକ ମାଲଗୋଦାମ ଥାନା ପୋଲିସ ୨ ଅଭିଯୁକ୍ତ ଜ୍ୟୋତି ରାଓ ଓ ସୁରେଶ ରାଓଙ୍କୁ ଗିରଫ କରିଛି। ପେଲିଗ୍ରାମ ରୋଡ୍ସ୍ଥିତ ଶଙ୍କର ଷ୍ଟିଲ୍ କର୍ପୋରେସନର ତାଲା ଭାଙ୍ଗି ୮ ବଣ୍ଡଲ ଜିପୀ କଏଲ ଓ ୩୦ ହଜାର ଟଙ୍କା ଚୋରି ଘଟଣାର ତଦନ୍ତ ବେଳେ ସିସିଟିଭି ଫୁଟେଜ୍ରୁ ହାତରେ ଥିବା ଟାଟୁ ଚିହ୍ନ ଆଧାରରେ ଜ୍ୟୋତିଙ୍କୁ ଚିହ୍ନଟ କରାଯାଇଥିଲା ।
















