ଓଡ଼ିଶା ତାଜା ନ୍ୟୁଜ୍ ( ୫ ଏପ୍ରିଲ ମଙ୍ଗଳବାର ) ରଣପୁର :- ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତଳ ମା’ମଣିନାଗ ପୀଠ ସ୍ଥିତ କଲ୍ୟାଣ ମଣ୍ଡପ ଦୀର୍ଘ ବର୍ଷ ଧରି ଅଚଳ ହୋଇପଡ଼ିଥିଲା । ଏହାକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ ପ୍ରଶାସନ ବନ୍ଦ ଥିବା କଲ୍ୟାଣ ମଣ୍ଡପକୁ ଖୋଲିଛି । ପୂର୍ବରୁ ରଣପୁର ତଳ ମା’ମଣିନାଗ ପୀଠ କୁ ରାଜ୍ୟସଭା ସାଂସଦ ପାଣ୍ଠିରୁ ୨୦୧୭-୧୮ ମସିହାରେ ୧ କୋଟି ଟଙ୍କାର ବ୍ୟୟ ବିନିମୟ କରାଯାଇ ମଣ୍ଡପ ନିର୍ମାଣ କାର୍ଯ୍ୟ କରାଯାଇଥିଲେ ହେଁ କୌଣସି କାରଣରୁ ପ୍ରାପ୍ୟ ମିଳିନଥିବାରୁ କଲ୍ୟାଣି ମଣ୍ଡପଟି ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ।
ଦୀର୍ଘ ଦିନ ଧରି ମଣ୍ଡପର ତାଲାବନ୍ଦ କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବହୁ ପୂର୍ବରୁ ଘୋର ଅସନ୍ତୋଷ ଦେଖାଯାଇଥିଲା ଓ ପରେ ପ୍ରଶାସନର ଚେତା ପଶିଛି ଯାହା ଫଳରେ କଲ୍ୟାଣୀ ମଣ୍ଡପ ଅପୂର୍ଣ୍ଣ ଅବସ୍ଥା ରେ ଖୋଲା ଯାଇଛି । ଉକ୍ତ କଲ୍ୟାଣ ମଣ୍ଡପଟି ବନ୍ଦ ହୋଇ ପଡ଼ିଥିବାରୁ ଅସମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଥିବା ସହ ଝରକା , କବାଟ ଭଙ୍ଗିଦେଇଥିବା ଦେଖିବାକୁ ମିଳିଥିଲା । ଏହି ଭଳି ଅବ୍ୟବସ୍ଥିତ କଲ୍ୟାଣୀ ମଣ୍ଡପ ବିଷୟରେ ଓଡ଼ିଶା ତାଜା ନ୍ୟୁଜ ପକ୍ଷରୁ ଖବର ପ୍ରକାଶିତ ହୋଇଥିଲା ।
ତେବେ ସୂଚନାନୁସାରେ ବକେୟା ପ୍ରାପ୍ୟ ନ ହେବାରୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବିଡିଓ ଋତୁପୂର୍ଣ୍ଣା ମହାପାତ୍ର ଙ୍କ ଉପସ୍ଥିତିରେ କଲ୍ୟାଣୀ ମଣ୍ଡପ ଖୋଲା ଯାଇଥିବା କଥା ଜଣାଯାଇଛି । ମସିହା ୨୦୧୬-୧୭ ରେ ରାଜ୍ୟସଭା ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇ ମସିହା ୨୦୧୭-୧୮ ମସିହାରେ ତାହା କାର୍ଯ୍ୟକାରୀ ହୋଇଥିଲା । ଦୁଇ ଦୁଇଟି ବୋରିଂ କରାଯିବା ସତ୍ତ୍ୱେ ଜଳ ସମସ୍ୟା ଦୂର ହେଲା ନାହିଁ ଓ ମଣ୍ଡପରେ ବିଦ୍ୟୁତ୍ ସଂଯୋଗ ଆଜି ପର୍ଯ୍ୟନ୍ତ କରାଯାଇପାରିନାହିଁ ଏବେ କଲ୍ୟାଣୀ ମଣ୍ଡପ ଚାଲିବ କେମିତି…?
ଏ ନେଇ ପ୍ରଶାସନ ପାଖରେ ଅଭିଯୋଗ ହୋଇଛି । ସୂଚନାନୁସାରେ ସେ କାମରେ ଠିକାଦାରଙ୍କର କୌଣସି ଗୁରୁତ୍ଵ ନଥିଲା କି ଏହି କାମ ପାଇଁ କାହାରିକୁ କାର୍ଯ୍ୟାଦେଶ ଦିଆଯାଇନଥିଲା । ସମ୍ପୂର୍ଣ୍ଣ ପ୍ରଶାସନର ନିର୍ଦ୍ଦେଶନାମା ଅନୁସାରେ ମଣ୍ଡପ କାର୍ଯ୍ୟଚାଲୁ କରାଯାଇଥିଲା । ରଣପୁରର ଉନ୍ନତି ପାଇଁ ରବିନାରାୟଣ ମହାପାତ୍ର ରାଜ୍ୟସଭା ସାଂସଦରୁ ଦେଇଥିବା ଅନୁଦାନ ରାଶି ରୁ ନିର୍ମାଣ ହୋଇଥିବା ମା ମଣିନାଗ କଲ୍ୟାଣୀ ମଣ୍ଡପ ଖୋଲିଲା … ହେଲେ ଅପୂର୍ଣ୍ଣ ରହିଛି ପାନୀୟ ଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା । ପ୍ରଶାସନ ଏ ଦିଗରେ କେବେ ଦୃଷ୍ଟି ନିକ୍ଷେପ କରୁଛି ଦେଖିବାକୁ ବାକି ରହିଲା ।
© 2023 Odisha Taza News.