No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଜେନ୍-୨ ରେ ବହୁ ସଂଖ୍ୟାକ ବିଭିନ୍ନ ଜାତିର ଆଦିବାସୀ ଭୋଟର ରହିଥିବା ବେଳେ ସେହି ଜେନ୍ରେ ଜିଲ୍ଲାପରିଷଦ ଆସନ କଂଗ୍ରେସ ହାତରେ ରହିଥିବା ବେଳେ ୨ ନମ୍ବର ଜେନ୍ କଂଗ୍ରେସ ଗଡ ଭାବେ ପରିଚିତ .ମାତ୍ର ଚଳିତ ତ୍ରିସ୍ତରୀୟ ନିର୍ବାଚନରେ କଂଗ୍ରେସ ଗଡକୁ ଭାଙ୍ଗି ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଗୁପ୍ତା ବିଜୟ ହୋଇ ରୋକର୍ଡ ସୃଷ୍ଟି କରିଥିଲେ .ଏବେ ବିଜେପି ସେହି ଅଚଂଳରେ ନିଜର ଉପସ୍ଥିତି ଜାହିରୀ କରିବା ପାଇଁ ଲାଗିପଡିବା ସହ ଗାଁ ଗହଳିରେ ଘନ ଘନ ବୈଠକ କରି ବିଜେପି ନିଜର ସଂଗଠନ ସ୍ଥିତି ମଜଭୁତ କରିରଖିଛି ବୋଲି ଅଚଂଳ ବାସୀଙ୍କ ପକ୍ଷରୁ ଶୁଣିବାକୁ ମିଳୁଛି .
ଏହି ଅଚଂଳରେ ପୁଣି ଥରେ ନିଜ ଦଖଲରେ ରଖିବା ପାଇଁ ବିଜେଡି ଓ କଂଗ୍ରେସ ଲାଗିପଡିଥିବା ବେଳେ ଅଚଂଳର ବିକାଶ କୁ ପ୍ରାଥମିକ ଗୁରୁତ ଦେବେ ଭୋଟର . କଂଗ୍ରେସ ଓ ବିଜେଡି ଗଡରେ ବିଜେପି ହାତେଇବା ନେଇ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଭାବେ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମପୀଠ ତେନ୍ତୁଳିଗୁମ୍ମା ଗ୍ରାମର ସହିଦ ଲକ୍ଷ୍ମଣ ନାୟକଙ୍କ ନାତୁଣି ବୋହୁ ସନାଇ ନାୟକଙ୍କୁ ନିର୍ବାଚନ ରେ ଲଢିବାକୁ ସୁଯୋଗ ଦେଇଛି .ତେବେ ସହିଦ ଲକ୍ଷ୍ମଣ ନାୟକଙ୍କ ଦୟାର ଭାବେ ପରିଚିତ ହୋଇ ନିର୍ବାଚନ ମଇଦାନକୁ ସନାଇ ନାୟକ ଓହ୍ନାଇ ଥିବାରୁ ଜେନ୍-୨ ର ସାଧାରଣ ଜନତା ଗ୍ରହଣ କରିବା ସହ ଉକ୍ତ ଜେନ୍ରେ ସହଜରେ ନିଜ ଦଖଲ ହୋଇ ପାରିବ ବୋଲି ଦଳ ଆଶାବାଦୀ .
ଅନ୍ୟ ପଟେ କଂଗ୍ରେସ ଦଳ ପକ୍ଷରୁ ମହୁଲି ପଚଂୟାତରେ ସରପଚଂ ଥିବା ପ୍ରାର୍ଥନୀ ମଣି ଜାନୀ ଙ୍କୁ ଟିକଟ ମିଳିଥିବା ବେଳେ ବିଜେଡି ଦଳ ପକ୍ଷରୁ କମଳା ନାୟକଙ୍କୁ ଦଳ ଚୟନ କରିଛି . ଅନ୍ୟପଟେ ଦେଖିବାକୁ ଗଲେ ରାଜନୈତିକ କ୍ଷେତ୍ରରେ ଅଭିଜ୍ଞ ଥିବା ପ୍ରାର୍ଥୀ ଓ ବିନା ରାଜନୈତିକ ଅଭିଜ୍ଞ ପ୍ରାର୍ଥୀଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଆସନ ରେ ଲଢେଇ ହେବ . ବୈପାରିଗୁଡା ବ୍ଲକର ଦୁଇ ଗୋଟି ଜୋନ୍ ମଧ୍ୟରୁ ଦୁଇ ନମ୍ବର ଜୋନ ମଧ୍ୟରେ ବୋଦାପୁଟ, ଚନ୍ଦ୍ରପଡା, ଚିପାକୁର, ଦଣ୍ଡାବାଡି, ଦଶମନ୍ତପୁର, କାଠପହା, କୋଲାର, ମାଝିଗୁଡା , ମହୁଲି, ତେନ୍ତୁଳିଗୁମ୍ମା ପଚଂୟାତର ସମସ୍ତ ଛୋଟ ବଡ ଗ୍ରାମ ଗୁଡିକ ଅଧିନରେ ରହିଛି . ଚଳିତ ନିର୍ବାଚନ ନିମନ୍ତେ ଅନୁସୂଚିତ ଜନଜାତି ମହିଳାଙ୍କ ନିମନ୍ତେ ଆସନ ସଂରକ୍ଷଣ ରହିଛି .
ଏହି ଆସନ ରେ ମୋଟ ୩ ଜଣ ପ୍ରତିଦ୍ୱନ୍ଦିତା ରହିଛନ୍ତି । ବିଜେଡି ପକ୍ଷରୁ କମଳା ନାୟକ ,ବିଜେପି ପକ୍ଷରୁ ସନାଇ ନାୟକ ,କଂଗ୍ରେସ ପକ୍ଷରୁ ମଣି ଜାନୀ ପ୍ରାର୍ଥୀ ହୋଇଥିବା ବେଳେ କୌଣସି ସ୍ୱାଧୀନ ପ୍ରାର୍ôଥ ଏହି ଜେନ୍ ରେ ଲଢେଇ କରୁନାହାନ୍ତି . ତେବେ ଗୁରୁତ ପୂର୍ଣ୍ଣ ବିଷୟ ହେଉଛି ଏହି ଆସନରେ ଗତ ନିର୍ବାଚନରେ ବିଜେଡି ପ୍ରାର୍ôଥୀ ଏଠାରେ ବିଜୟ ଲାଭ କରିଥିଲେ.ଏହି ଜୋନ ମଧ୍ୟରେ ଯେଉଁ ୧୦ ଗୋଟି ପଚଂୟାତ ରହିଛି ସେହି ସବୁ ଅଚଂଳ ପ୍ରଥମେ କଂଗ୍ରେସ ଅଧୀନରେ ରହିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଅଧିକାଂଶ ଗ୍ରାମରେ ଏବେ ମଧ୍ୟ ସଂଗଠନ ସ୍ଥିତି ମଜଭୁତ ରହିଛି . ଏଠାରେ ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ କଡା ଟକ୍କର ହେବା ଆଶଙ୍କା ରହିଥିଲେ ମଧ୍ୟ ଜେନ୍-୨ ଆସନ ହାତେଇବା ପାଇଁ ବିଜେପି ଦଳ ପକ୍ଷରୁ ଜୋରଦାର ପ୍ରଚାର କରୁଛନ୍ତି ।
ଏହି ଜୋନର ସମସ୍ତ ପଚଂୟାତ ରେ ବିଜେପି ନିଜ ଦଖଲରେ ଆଣିବା ନିମନ୍ତେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରିଛି . ଗୋଟିଏ ପ୍ରକାର ଏଠାରେ ଅଭିଜ୍ଞ ବନାମ ନବାଗତ ମଧ୍ୟରେ ଲଢେଇ ହେବାକୁ ଯାଉଛି . ଏଥର କଂଗ୍ରେସ ଓ ବିଜେଡି ଅଭିଜ୍ଞ ପ୍ରାର୍ଥୀ ଙ୍କୁ ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ବେଳେ ବିଜେପି ର ନୁଆଁ ମୁହଁ କେତେ ଭୋଟରଙ୍କୁ ପ୍ରଭାବିତ କରିବ ତାହା ଏବେ ଦେଖିବାକୁ ରହିଛି . ଗାଁ ଗାଁରେ ପ୍ରାର୍ଥୀ ମାନେ ନିଜର ସମର୍ଥକଙ୍କୁ ଧରି ୱାର୍ଡ ଅନୁଯାଇ ଭୋଟର ତାଲିକାକୁ ଧରି ନିଜ ସପକ୍ଷ ଭୋଟରଙ୍କୁ ଭୋଟ ଭିକ୍ଷା କରିବା ସହ ପଚାଂୟାତର ଉନ୍ନତି ପାଇଁ ସଂଙ୍କପ ନେଉଥିବାର ଦେଖାଯାଇଛି .
No Result
View All Result