No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଫେବ୍ରୁଆରୀ ବୁଧବାର ) ବୈପାରିଗୁଡା :- ଆଉ ଅଳ୍ପ ଦିନ ଭିତରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବ .ସେହି ପରି ଭାବେ ଗାଁ ଗହଳି ମାନଙ୍କରେ ସରକାରଙ୍କ ପକ୍ଷରୁ ଘର ଘର କୁ ପାନୀୟ ଜଳଯୋଗାଣ ନିମନ୍ତେ କାର୍ଯ୍ୟ ମଧ୍ୟ ଆରମ୍ଭ ହେଉଛି .ତେବେ କେବେ ଶେଷ ହେବ ପ୍ରକଳ୍ପ କାର୍ଯ୍ୟ ତାହା ଦେଖିବାକୁ ଅନେଇ ବସିଛନ୍ତି ଦୁର୍ଗମ ଅଚଂଳର ଗ୍ରାମବାସୀ . ଏମିତି କିଛି ଦୁଃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ଦଣ୍ଡାବାଡି ପଚଂୟତ ଅନ୍ତର୍ଗତ ଫୋଟକାମୁଣ୍ଡା ଗାଁର ବିର୍ଶୁ ସାହିରେ. ଲୋକଙ୍କୁ ରାତି ପାଇଲେ ପାନୀୟଜଳ ପିଇବା ପାଇଁ ଜଳଚିନ୍ତା ଘାରିଥିବା ବେଳେ ଯାହାକୁ ଗୁହାରୀ କଲେ ମଧ୍ୟ ସେମାନଙ୍କ ଭରସା ଏବେ ଚୁଆ ଜଳ .
ସକାଳ ହେଲେ ସାହିର କିଛି ମହିଳା ଓ ଯୁବତୀ ମାନେ ଗ୍ରାମ ଠାରୁ ଏକ କିମି ଦୂର କୁ ଯାଇ ଲମ୍ବା ଧାଡି ବାନ୍ଧି ଚାଲିଚାଲି ଯାଇ ଜଣକ ପରେ ଜଣେ ଚାଷ ଜମି ପାଖରେ ଥିବା ଚୁଆ ଜଳ ସଂଗ୍ରହ କରୁଥିବାର ଦେଖିବାକୁ ମିଳିଛି . ଉକ୍ତ ସାହିରେ ଦୀର୍ଘ ବର୍ଷ ହେଲା ଜଳକଷ୍ଟ ଭୋଗୁଛନ୍ତି . ବର୍ଷା ଦିନେ ଏହି ରାସ୍ତା ଅତିକ୍ରମ କରି ପିଇବା ପାଣି ଆଣିବା କଷ୍ଟକର ହୋଇପଡୁଛି . ସାହିରେ ୨୦ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୧୦୦ ଭିତରେ ହେବ . କିଏ ମୁଣ୍ଡରେ ଗରା ଆଉ କିଏ ତ ହାଣ୍ଡିରେ ପାନୀୟଜଳ ବୋହି ଆଣୁଛନ୍ତି .
ଛୋଟ ଛୋଟ ଛୁଆ ମଧ୍ୟ ମୁଣ୍ଡରେ କଂସା ଓ ଛୋଟ ହାଣ୍ଡି ଧରି ପାନୀୟଜଳ ସଂଗ୍ରହ କରୁଛନ୍ତି . ଖାଇବା ବାସନ ଠୁ ଆରମ୍ଭ କରି ଶୌଚ,ଗାଧୋଇବା, ରୋଷେଇ ପାଇଁ ସେହି ଚୁଆ ପାଣି ହିଁ ଏକ ମାତ୍ର ଭରସା ବୋଲି କହିଛନ୍ତି ସାହିବାସିନ୍ଦା ଓ ସେହି ଅଚଂଳର ଜଣାଶୁଣା ସ୍ୱେଚ୍ଛାସେବୀ ବିଜୟ ଖରା .ପୁର୍ବରୁ ଅନେକ ଥର ପାନୀୟ ଜଳର ବ୍ୟବସ୍ଥା ପାଇଁ ସାହିବାସିନ୍ଦା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସେମାନଙ୍କ ସମସ୍ୟା ଦୂର ହୋଇ ନ ଥିବା ପ୍ରକାଶ କରିଛନ୍ତି .ରାଜ୍ୟ ସରକାର କିମ୍ବା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନ ନିଅନ୍ତି ତେବେ ସାହି ବାସିନ୍ଦା ପକ୍ଷରୁ ତ୍ରିସ୍ତରୀୟ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତି ନେବେ ବୋଲି କହିଥିଲେ .
ତେବେ ଏ ବାବଦରେ ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି ଙ୍କୁ ଯୋଗାଯୋଗ କରିବାକୁ ସେଏ କହିଥିଲେ ମୋର ନଜରକୁ ଏମିତି କିଛି ଘଟଣା ଆସିନାହିଁ ତେବେ ଆପଣଙ୍କ ଠାରୁ ଘଟଣା ଜାଣିବା ପରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ତାଙ୍କ ପ୍ରତିକିୟାରେ ପ୍ରକାଶ କରିଛନ୍ତି .
No Result
View All Result