No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର ) କନ୍ଧମାଳ :- ଶୀତରେ ଥରୁଛି ସମଗ୍ର କନ୍ଧମାଳ ଜିଲ୍ଲା, ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଏମିତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଅପହଞ୍ଚ ଇଲାକା ନେଡିପଦର ଓ ଆଖପାଖ ଗ୍ରାମବାସୀଙ୍କ ନିକଟରେ ୟୁଥ୍ ଅଫ କନ୍ଧମାଳର କିଛି ସ୍ବେଛାସେବୀ ପହଂଚି ଲୋକଙ୍କୁ କମ୍ବଳ ପ୍ରଦାନ କରିଛନ୍ତି । ଯୁବକ ମାନଙ୍କ ଏପରି କାର୍ଯକ୍ରମ କୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି l
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଗୋଲକ କହଁର , ୟୁଥ୍ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନ, ଟୁନା ଦିଗାଲ, ଅଚ୍ୟୁତ ଦିଗାଲ, ମାମୁଲି ଦିଗାଲ, ଲିଶା ଦିଗାଲ ଓ ପ୍ରମୋଦ ଦିଗାଲ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
No Result
View All Result