ଖୋର୍ଦ୍ଧାରୋଡ଼ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍, ଆଇ.ଆର.ଟି.ଏସ୍ ଙ୍କୁ ବିଦାୟ ଅବସରରେ ସମ୍ମାନିତ କରାଯାଇଛି । ନିଜ ମୂଳ କ୍ୟାଡର୍କୁ ଫେରି ଦକ୍ଷିଣତଟ ରେଳପଥରେ ଯୋଗଦାନ କରିବା ଅବସରରେ ଏହି ବିଦାୟକାଳୀନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଶ୍ରୀ ଅନିଲ କୁମାର ଏସ୍ଙ୍କୁ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ (Freight) ଶ୍ରୀ ମନୋଜ ବାବୁ, ସହାୟକ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଏଚ୍. ଏନ୍. ନାୟକ ଏବଂ ସହାୟକ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ/ଖୋର୍ଦ୍ଧାରୋଡ଼ ଶ୍ରୀମତୀ ଡିମ୍ପଲ୍ କୌଶିକଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।
















