• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

 ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା 

Proprietor Abhimanyu Maharana by Proprietor Abhimanyu Maharana
October 8, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
 ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା 
Share on FacebookShare on TwitterWhatsapp

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଯକ୍ଷ୍ମା ନିରାକରଣ ଦିଗରେ ଜାତୀୟ ପ୍ରୟାସକୁ ଆହୁରି ସୁଦୃଢ଼ କରିବା ଏବଂ ସମୁଦାୟର ସକ୍ରିୟ ସହଭାଗିତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇ ତୃଣମୂଳ ସ୍ତରରେ ଟିବି ମୁକ୍ତ ଭାରତ ଅଭିଯାନର ବାର୍ତ୍ତକୁ ପ୍ରଚାର କରିବା ପାଇଁ ଜୋର ଦେଇଥିଲେ । ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁସ୍ମିତା ରଥଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ସାମାଜିକ ସ୍ୱାସ୍ଥ୍ୟ ପାଇଁ ମିଳିତ ସଚେତନତା ଓ ସେବା ପ୍ରସାର ଉଦେଶ୍ୟରେ ‘ଜୋସ୍’ ଟିମର କାର୍ଯ୍ୟକରିବ ବୋଲି ମତ ପ୍ରକାଶ କରିଥିଲେ ।

ଠିକ ସେହିପରି ବ୍ଲକ ସ୍ତରରେ ଏକ ସମର୍ପିତ ‘ଟିବି ମୁକ୍ତ ଭାରତ ଟିମ୍’ (ଜୋସ୍ ଟିମ୍) ଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା, ଯେଉଁଥିରେ ଜଣେ ନୋଡାଲ ଅଫିସରଙ୍କ ନେତୃତ୍ୱରେ ‘ମାଇଁ ଭାରତ’ର ୫ ଜଣ ସ୍ୱେଚ୍ଛାସେବୀ ଏବଂ ନି-କ୍ଷୟ ମିତ୍ର ଭାବେ ପଞ୍ଜୀକୃତ ୫ ଜଣ ଏନସିସି କ୍ୟାଡେଟ୍ ସାମିଲ ରହିବେ । ବୈଠକରେ ଟିବି ନିରାକରଣ ପାଇଁ ରାଷ୍ଟ୍ରୀୟ ସ୍ତରୀୟ ‘ଜୋସ୍’ ଟିମ୍ କାର୍ଯ୍ୟକ୍ରମର ଆଭାସୀ ମାଧ୍ୟମରେ ବି ଶୁଭାରମ୍ଭ ହୋଇଥିଲେ, ତତ ସହିତ ଉପସ୍ଥିତ ସଦସ୍ୟମାନଙ୍କୁ ଓରିଏଣ୍ଟେସନ ମାଧ୍ୟମରେ ସେମାନଙ୍କ ଦାୟିତ୍ୱ ବିଷୟରେ ଅବଗତ କରାଯାଇଥିଲା। ଏଥିସହ ଯୁବ ସଂଗଠନ, ସଚେତନତା ରାଲି, ମାଗଣା ସ୍କ୍ରିନିଂ, ‘ଟିବି ମୁକ୍ତ ଭାରତ ଆପ୍’ର ବ୍ୟବହାର ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କ ଦ୍ୱାରା ‘ଟିବି ମୁକ୍ତ ଭାରତ ଶପଥ’ ପାଠ କରାଯାଇଥିଲା।

୨୦୨୫ ମସିହାରେ ଉଲ୍ଲେଖନୀୟ ସଫଳତା ପାଇଁ ‘ଟିବି ମୁକ୍ତ ପଞ୍ଚାୟତ ପୁରସ୍କାର’ ପ୍ରଦାନ କରାଯାଇଥିଲା, ଯେଉଁଥିରେ ନୟାଗଡ଼ ବ୍ଲକର ଗମ୍ଭାରୀଡିହି, ଲେଙ୍କୁଡ଼ିପଡ଼ା ଓ ନଡ଼ିଆଳି; ନୂଆଗାଁ ବ୍ଲକର ଢେଙ୍କେନା ଓ ସିକ୍ରିଡ଼ା; ଓଡ଼ଗାଁ ବ୍ଲକର ହରିଡ଼ାବନ୍ଧ ଓ ସୋଲାପଟା ଏବଂ ଭାପୁର ବ୍ଲକର ଭାଗବାନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ତତ ସଂଯୁକ୍ତ ଜିଲ୍ଲା ପରିଷଦ ସଭ୍ୟମାନେ ଯୋଗଦେଇ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ରାଷ୍ଟ୍ରୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଟିବି ରୋଗର ପ୍ରାରମ୍ଭିକ ଚିହ୍ନଟ, ମାଗଣା ଚିକିତ୍ସା ଏବଂ ନି-କ୍ଷୟ ପୋଷଣ ଯୋଜନା ମାଧ୍ୟମରେ ରୋଗୀଙ୍କୁ ନିୟମିତ ସହାୟତା ଯୋଗାଇଦେବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି।

ତୃଣମୂଳ ସ୍ତରରେ ଜନ ଭାଗିଦାରୀକୁ ବ୍ୟାପକ କରି ‘ଟିବି ମୁକ୍ତ ନୟାଗଡ଼’ ଗଠନ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଶ୍ରୀ ବି. ଏସ. ରାଓ, ଡ଼ି. ପି. ଏମ. ପ୍ରକାଶ ବଳିୟାରସିଂ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଏବଂ ଜିଲ୍ଲା ସ୍ତରୀୟ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
 ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା 

 ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା 

October 8, 2026
ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ

ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ

October 8, 2026
Chief Minister warmly felicitates Silver Gandhi

ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା

October 8, 2026
Chief Minister warmly felicitates Silver Gandhi

Chief Minister warmly felicitates Silver Gandhi

October 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

 ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା 

 ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା 

October 8, 2026
ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ

ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ

October 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version