• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା

Proprietor Abhimanyu Maharana by Proprietor Abhimanyu Maharana
October 8, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
Chief Minister warmly felicitates Silver Gandhi
Share on FacebookShare on TwitterWhatsapp

ଭୁବନେଶ୍ୱର  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସ୍ୱଚ୍ଛ ଭାରତ ମିଶନର ବ୍ରାଣ୍ଡ ଆମ୍ବାସାଡର ଏବଂ ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜୀବନ ଓ ଦର୍ଶନକୁ ସମଗ୍ର ଦେଶରେ ବାରମ୍ବାର ପଦଯାତ୍ରା ମାଧ୍ୟମରେ ପ୍ରଚାର ଓ ପ୍ରସାର କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ , ଶ୍ରୀ ଗାନ୍ଧୀଙ୍କୁ ସମ୍ମାନିତ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ରାଜ୍ୟ ଭାଜପା ମୁଖ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୨୫ ବର୍ଷର ଗୌରବମୟ ସେବା ଯାତ୍ରାକୁ ସ୍ମରଣ କରି ଭାରତୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ‘ବିକସିତ ଭାରତ @୨୦୪୭’ ଶୀର୍ଷକ ପ୍ରଦର୍ଶନୀ ଅବସରରେ ଅନୁଷ୍ଠିତ ହୋଇଥିଲା।ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଭାଜପାର ରାଜ୍ୟ ସହ-ପ୍ରଭାରୀ ଡକ୍ଟର ସ୍ୱଦେଶ ସିଂହ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ସିଲଭର ଗାନ୍ଧୀଙ୍କର ସ୍ୱଚ୍ଛ ଭାରତ ଦଳର ସଦସ୍ୟମାନେ ଅନ୍ତର୍ଭୁକ୍ତ ଥିଲେ। ଏହି ପ୍ରଦର୍ଶନୀରେ ଶ୍ରୀ ମୋଦୀଙ୍କର ନିରବଚ୍ଛିନ୍ନ ୨୫ ବର୍ଷର ଜନସେବା, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଅନେକ ସଫଳ ଅଧ୍ୟାୟର ନିଚ୍ଛକ ଝଲକ ଦେଖିବାକୁ ମିଳିଥିଲା।

‘ବିକସିତ ଭାରତ @୨୦୪୭’ କେବଳ ଏକ ଅଭିଯାନ ନୁହେଁ, ଏହା ସ୍ୱପ୍ନକୁ ସାକାର କରିବା, ସଙ୍କଳ୍ପ ପୂରଣ କରିବା ଏବଂ ୧୪୦ କୋଟି ଭାରତୀୟଙ୍କ ସାମୂହିକ ପ୍ରୟାସକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପ୍ରତିବଦ୍ଧତା। ସେବା, ସୁଶାସନ ଓ ଅସହାୟ ଜନସାଧାରଣଙ୍କୁ ସହାୟତା ପ୍ରଦାନ କରି ପ୍ରଧାନମନ୍ତ୍ରୀ ଯେଉଁ ସ୍ବର୍ଣ୍ଣାଭ ଇତିହାସ ରଚନା କରିଛନ୍ତି, ତାହା ବିଶ୍ୱ ମଞ୍ଚରେ ଭାରତ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି। ସ୍ୱଚ୍ଛ ଭାରତ, ମା’ ପାଇଁ ଗଛ ଟିଏ ଲଗାଇବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ଘରେ ତ୍ରିରଙ୍ଗା ଉତ୍ତୋଳନ ,ଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କର ମହତ୍ତ୍ୱପୂର୍ଣ୍ଣ ଆହ୍ୱାନ ଗୁଡ଼ିକୁ ଲୋକପ୍ରିୟ କରିବା ସିଲଭର ଗାନ୍ଧୀଙ୍କର ଦେଶସାରା ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ତାଙ୍କର ସମସ୍ତ ପଦଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ସିଲଭର ଗାନ୍ଧୀ ନିଜକୁ ପ୍ରଧାନମନ୍ତ୍ରୀଙ୍କର ସବୁଠାରୁ ବଡ଼ ଭକ୍ତ ବୋଲି ଘୋଷଣା କରିଛନ୍ତି।

ପ୍ରଥମେ ଗୁଜରାଟର କୁଶଳୀ ମୁଖ୍ୟମନ୍ତ୍ରୀ ଭାବେ ଏବଂ ପରେ ଭାରତର ଗର୍ବିତ ପ୍ରଧାନମନ୍ତ୍ରୀ ଭାବେ ଦେଶ ପାଇଁ ୨୫ ବର୍ଷର ସମର୍ପିତ ସେବା ସମାପ୍ତି ଉପଲକ୍ଷେ ଶ୍ରୀ ମୋଦୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ “ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିଃସ୍ୱାର୍ଥପର ସେବା, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ରାଷ୍ଟ୍ର ନିର୍ମାଣ ପାଇଁ ଅବିରତ ପ୍ରୟାସ ଏବଂ ଭାରତର ବୈଶ୍ୱିକ ମର୍ଯ୍ୟାଦା ବୃଦ୍ଧି ପାଇଁ ଅଟଳ ଦୃଢ଼ତା ଯୋଗୁଁ ସମଗ୍ର ଦେଶ ତାଙ୍କ ନିକଟରେ କୃତଜ୍ଞ ବୋଲି ସିଲଭର ଗାନ୍ଧୀ ଏକ ବିବୃତ୍ତିରେ ସୁଚାଇଛନ୍ତି ।” ତାଙ୍କର ୨୫ ବର୍ଷର ଗୌରବମୟ ଜନସେବା ଯାତ୍ରା ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ବୋଲି ଦର୍ଶାଇ ଶ୍ରୀ ଗାନ୍ଧୀ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରେରିତ ହୋଇ ଆମେ ଏକ ବିକସିତ, ଆତ୍ମନିର୍ଭର ଓ ସଶକ୍ତ ଭାରତ ଗଢ଼ିବା ପାଇଁ ଆମର ସଙ୍କଳ୍ପକୁ ଆହୁରି ମଜବୁତ କରିବା ଦରକାର ବୋଲି ମତ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କର ବାର୍ତ୍ତାକୁ ଭାରତର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହୁଞ୍ଚାଇବା ଉଦ୍ଦେଶ୍ୟରେ ଦେଶର କୋଣ ଅନୁକୋଣରେ ସେ ଏହି କଷ୍ଟସାଧ୍ୟ ପଦଯାତ୍ରା କରି ଆସୁଥିବାର ଶ୍ରୀ ଗାନ୍ଧୀ ଉଲ୍ଲେଖ କରିଛନ୍ତି । ସିଲଭର ଗାନ୍ଧୀ ତାଙ୍କର ସ୍ୱଚ୍ଛ ଭାରତ ପଦଯାତ୍ରା ପାଇଁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ, ମୋହନ ଲାଲ ଖଟ୍ଟରଙ୍କ ଭଳି କ୍ୟାବିନେଟ ମନ୍ତ୍ରୀ, ସାଂସଦ ମନୋଜ ତିୱାରୀ ଏବଂ ଗୁଜରାଟ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସିଲଭର ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ ଦଳରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସଙ୍ଗୀତ, ନାଟକ ଓ ନୃତ୍ୟ ଆଦି ୧୪ଟି ବିଭାଗର ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Chief Minister warmly felicitates Silver Gandhi

ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା

October 8, 2026
Chief Minister warmly felicitates Silver Gandhi

Chief Minister warmly felicitates Silver Gandhi

October 8, 2026
ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

October 8, 2026
ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Chief Minister warmly felicitates Silver Gandhi

ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା

October 8, 2026
Chief Minister warmly felicitates Silver Gandhi

Chief Minister warmly felicitates Silver Gandhi

October 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version