No Result
View All Result

ନୟାଗଡ଼ ଜିଲ୍ଲା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଦେଶର ଗଣତନ୍ତ୍ର ସମ୍ବିଧାନ ବଞ୍ଚାଇବା ପାଇଁ ଏବଂ ନିର୍ବାଚନ କମିଶନ ଜ୍ଞାନେଶ କୁମାର ବରଖାସ୍ତ ଦାବୀରେ ଇଣ୍ଡିଆ ମେଣ୍ଟ ଅଂଶୀଦାର ଦଳସମୂହ ଆହ୍ୱାନ କ୍ରମେ ଓଡିଶା ବନ୍ଦ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ଅଗଣିତ ଜନସାଧାରଣ, ଜିଲ୍ଲା ଓକିଲ ସଙ୍ଘ ସମେତ ଜିଲ୍ଲାର ପ୍ରମୁଖ ଗଣସଂଗଠନ,ବ୍ୟାଙ୍କ ଇନ୍ସୁରାନ୍ସ ପୋଷ୍ଟାଲ କର୍ମଚାରୀ ସଙ୍ଘ,ଘରୋଇ ବସ,ମଟର ପରିବହନ, ଟ୍ୟାକ୍ସି ଅଟୋ ମାଲିକ କର୍ମଚାରୀ ସଙ୍ଘ,ସର୍ବୋପରି ବଣିକ ସଙ୍ଘ କାର୍ଯ୍ୟକର୍ତ୍ତା ସଦସ୍ୟ ମାନଙ୍କ ମିଳିତ ସମର୍ଥନ ଏବଂ ସହଯୋଗରେ ନୟାଗଡ଼ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି l

ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା l କିଲ୍ଲାରେ ଓକିଲ ମାନେ ବନ୍ଦ କୁ ସମର୍ଥନ ଜଣାଇ କାର୍ଯ୍ୟରୁ ନିବୃତ୍ତ ରହିବାରୁ ଜିଲ୍ଲାବ୍ୟାପି କୋର୍ଟ କାର୍ଯ୍ୟ ଅଚଳ ହୋଇ ଯାଇଥିଲା l ଜିଲ୍ଲାପାଳ ଏବଂ ଜିଲ୍ଲାଜଜ ପୋଲିସ ସହାୟତାରେ ବଳପୂର୍ବକ କୋର୍ଟ ଭିତରେ ପ୍ରବେଶ କଲାବେଳେ ସତ୍ୟlଗ୍ରହୀ ମାନଙ୍କ ପ୍ରବଳ ବିରୋଧ ସମ୍ମୁଖୀନ ହୋଇଥିଲେ l ସମସ୍ତ ବ୍ୟାଙ୍କ,ଇନ୍ସୁରାନ୍ସ,ଫାଇନାନ୍ସ ପୋଷ୍ଟାଲ,ଟାଟାପାୱାର ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଥିଲା l ଜରୁରୀ ସେବା ଆମ୍ବୁଲାନ୍ସ, ସ୍କୁଲପିଲା ମାନଙ୍କ ଗାଡି ବନ୍ଦରୁ ବାଦ ପଡିଥିଲା l

ଆଜିର ବନ୍ଦ କାର୍ଯ୍ୟକ୍ରମରେ ଡିସିସି ସଭାପତି ଶ୍ରୀ ରଣଜିତ ଦାଶ,ପିସିସି ସମ୍ପାଦିକା ସିମଳlରାଣୀ ପଡ୍ରା, ବରିଷ୍ଠ ସିପିଆଇଏମ ନେତା ବିଶ୍ୱନାଥ ମହାପାତ୍ର, ବରିଷ୍ଠ ନେତା ହୁସେନ ଖାଁ, ଡିସିସି ଉପସଭାପତି ଫକୀର ଚରଣ ମଲ୍ଲ, ଡିସିସି ସାଧାରଣ ସମ୍ପାଦକ ଯୁବ ଆଇନଜୀବୀ ପୀତବାସ ଖୁଣ୍ଟିଆ, କୂଳେଶ ଚନ୍ଦ୍ର ମହାନ୍ତି, ଡିସିସି କିସାନ ସେଲ ସଭାପତି ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ନୟାଗଡ଼ ବ୍ଲକ ସଭାପତି ହାସୀମ ଖାଁ, ନୂଆଗାଁ ବ୍ଲକ ସଭାପତି ଅଶୋକ ନାୟକ, ଡିସିସି ଅନୁସୂଚିତ ଜାତି ସଭାପତି ଜିତେନ୍ଦ୍ର ଦଳେଇ,ଜିଲ୍ଲା ଛାତ୍ରକଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଓମପ୍ରକାଶ ପ୍ରଧାନ, ସିପିଏମ୍ଏଲ୍ ର ଗୋପିନାଥ ଜେନା, ସିପିଆଇଏମ୍ ର ପବିତ୍ର ଇନ୍ଦ୍ରଜିତ,ସିପିଆଇ ର ଭୁବନାନନ୍ଦ ହାତୀ ପ୍ରମୁଖ ଶତାଧିକ ସତ୍ୟାଗ୍ରହୀ ମାନେ ବନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ସମଗ୍ର ଜିଲ୍ଲା ବ୍ୟାପି ବନ୍ଦ ପ୍ରଭାବ ରହିଥିଲା l

No Result
View All Result